ଭାଇ, ଭଉଣୀ ସହ ଜନ୍ମବେଦିକୁ ବାହାରିଲେ କାଳିଆ ସାଆନ୍ତ । ସରିଲା ପହଣ୍ଡି ବିଜେ, ଉଛୁଳି ପଡୁଛି ବଡ଼ଦାଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପବିତ୍ର ଘୋଷଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦିକୁ ଯିବେ କାଳିଆ ସାଆନ୍ତ । ମହାପ୍ରଭୁଙ୍କ ଏହି ପବିତ୍ର ରଥଯାତ୍ରା ପାଇଁ ପୁରୀରେ ଗହଳି ଚହଳି ଆରମ୍ଭ ହୋଇଛି । ଭଜନ, କୀର୍ତ୍ତନ ସାଙ୍ଗକୁ ଭକ୍ତଙ୍କ ଭିଡ଼ରେ ଉଛୁଳି ପଡୁଛି ବଡ଼ଦାଣ୍ଡ ।

ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ଅବକାଶ ନୀତି ଶେଷ ହୋଇଛି ଶ୍ରୀଜୀଉଙ୍କ ପହଣ୍ଡି ବିଜେ । ପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କୁ ପହଣ୍ଡି କରି ରଥକୁ ଅଣାଯାଇଛି । ତାଙ୍କ ପରେ ଶ୍ରୀବଳଭଦ୍ର ମହାପ୍ରଭୁ ଓ ତାଙ୍କ ପରେ ଦେବୀ ଶୁଭଦ୍ରାଙ୍କ ପହଣ୍ଡି ଅନୁଷ୍ଠିତ ହୋଇଛି । ଶେଷରେ ଜଗତର ନାଥ ଶ୍ରୀ ଜଗନ୍ନାଥ ରଥାରୂଢ ହୋଇଛନ୍ତି । ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ କରିବାକୁ ନୀତିନିର୍ଘଣ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ଅପରପକ୍ଷରେ ଭକ୍ତଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ଗଳିକନ୍ଦିରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବିଭିନ୍ନ ସ୍ଥାନରେ ଶୌଚାଳୟ ଓ ପାନୀୟ ଜଳ ପାଇଁ ବ୍ୟବସ୍ଥା କରାଯାଇଛି ।

Leave a comment