ବଡ଼ଦାଣ୍ଡରେ ଗଡ଼ିବାକୁ ପ୍ରସ୍ତୁତି ପଥେ ରଥ ନିର୍ମାଣ କାର୍ଯ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀଜୀଉଙ୍କ ରଥ ଆଗକୁ ଆଗକୁ ଗଡ଼ିଲା ଭଳି ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଭକ୍ତଙ୍କ ଭକ୍ତିରେ ବନ୍ଧା କାଳିଆ ଠାକୁର ରଥଯାତ୍ରାରେ ଯେପରି କୌଣସି ବାଧା ନଉପୁଜେ ସେଥିପାଇଁ ଲାଗିପଡିଛନ୍ତି ଜଗନ୍ନାଥଙ୍କ ସେବକଗଣ । ଆଜି ରଥ ନିର୍ମାଣ କାର୍ଯ୍ୟର ସପ୍ତମ ଦିନ । ୧୩ ଦିନ ବିଳମ୍ବରେ ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟ ଖୁଵଦ୍ରୁତ ଗତିରେ ଆଗେଇ ଚାଲିଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୩୪ଟି ତୁମ୍ବର ବିନ୍ଧ କାର୍ଯ୍ୟ ସରିଛି । ୩ ରଥର ୬ଟି ଅନୁକୂଳ ଚକକୁ ଛାଡି ନନ୍ଦିଘୋଷ ରଥର ଗୋଟିଏ ଚକରେ ପଇଲାଗି ହୋଇ ବିଭୋର ବାଡିଆ(ପଇଠ) ହୋଇଛି । ଅନ୍ୟଟିରେ ପଇଲାଗି ସାରି ବିଭୋର ବାଡିଆ ଆରମ୍ଭ ହୋଇଛି । ଅନ୍ୟଟିରେ ଅର ସଂଯୋଗ ସରି ପଇଲଗି ବାକି ହୋଇଛି । ମଝିରଥର ଦୁଇଟି ଚକାରେ ଅର ପଇ ସଂଯୋଗ ଚାଲିଛି । ୬ଟି ତୁମ୍ବରେ ବିନ୍ଧ କାମ ଶେଷ ପର୍ଯ୍ୟୟରେ ଥିବା ବେଳେ ୨ଟି ତୁମ୍ବର ବିନ୍ଧ କାମ ବାକି ଅଛି ।

ସେହିପରି ବଡ ରଥର ଦୁଇଟି ଚକରେ ପଇ ଲାଗିବାକୁ ଥିବା ବେଳେ ଗୋଟିକରେ ଅର ସଂଯୋଗ ସରିଛି ଏବଂ ୧୧ଟି ଗୁଜରେ ତଙ୍ଗ ବିରାଜ ଖୋଦେଇ ସରିଥିବା ବେଳେ ୯ଟି ଜଳଦନ୍ତ କାର୍ଯ୍ୟ ସରିଛି । ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ୧୬୨ ଜଣ ସେବକଙ୍କର ଥର୍ମାଲ ସ୍କ୍ରନିଂ କରାଯାଇଥିଲା । ଏଥିରୁ ଜଣାପଡିଥିଲା ସମସ୍ତ ସେବକ ସୁସ୍ଥ ଅଛନ୍ତି । ଏଥି ସହିତ କୋଭିଡ-୧୯ ପରୀକ୍ଷା ପାଇଁ ସ୍ୱାପ କଲେକ୍ସନ ଆରମ୍ଭ ହୋଇ ଗତକାଲି ୫୫ ଜଣଙ୍କର ସ୍ୱାପ ନମୁନା ସଗ୍ରହ ହୋଇଥିବା ବେଳେ ଆଜି ୭୫ ଜଣଙ୍କର ସ୍ୱାପ ନମୁନା ସଂଗ୍ରହ ହୋଇଛି ।

Leave a comment