ଗଡ଼ସାହି ପଞ୍ଚାୟତରେ ପ୍ରାର୍ଥୀଙ୍କୁ ଗାଁ ମନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି କଣାସ ବ୍ଲକ ଅନ୍ତର୍ଗତ ଗଡ଼ସାହି ଗ୍ରାମ ପଞ୍ଚାୟତରେ । ତେଣୁ ଗ୍ରାମବାସୀମାନେ ଉଭୟ ପ୍ରାର୍ଥୀଙ୍କୁ ଗାଁ କୁ ଆସିବାକୁ ମନା କରିଥିଲେ ।

ସୂଚନା ଅନୁଯାୟୀ, ଆସନ୍ତା ୧୬ ତାରିଖ ଦିନ ନିର୍ବାଚନ ହେବାକୁ ଯାଉଥିବା ବେଳେ କଣାସ ବ୍ଲକ ଅନ୍ତର୍ଗତ ଗଡ଼ସାହି ଗ୍ରାମ ପଞ୍ଚାୟତର ୨ ପ୍ରାର୍ଥୀଙ୍କର ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଯାଇଛି । ସରପଞ୍ଚ ପାଇଁ ବିଭୂତି ଭୂଷଣ ବେବର୍ତ୍ତା ଏବଂ ପୂର୍ବତନ ସରପଞ୍ଚ ବିଶ୍ବଭୂଷଣ ମଙ୍ଗରାଜଙ୍କ ମଧ୍ୟରେ ତୀବ୍ର ଟକ୍କର ଲାଗିଥିଲା । ତେଣୁ ୨ ଜଣଙ୍କର ସମର୍ଥକ ଉଭୟଙ୍କୁ ଗାଳିଗୁଲଜ କରୁଥିବା ଏବଂ ଗାଁ କୁ ଆସିବା ମନାକରୁଥିବା ଜଣାପଡ଼ିଥିଲା ।

କିନ୍ତୁ ପରବର୍ତ୍ତୀ ଅବସ୍ଥାର ଉଭୟ ପ୍ରାର୍ଥୀମାନେ ବସି ବିଭିନ୍ନ ଗାଁ କୁ ଯିବାପାଇଁ କେହି କାହାକୁ ବାରଣ କରିପାରିବେ ନାହିଁ ସମାଧାନ ହେବାପରେ ଉଭୟ ପ୍ରାର୍ଥୀ ପ୍ରତ୍ୟେକ ଗ୍ରାମ ବୁଲି ଭୋଟରମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି। ଉତ୍ତେଜନା ଲାଗିରହିଥିଲେ ମଧ୍ୟ ୨ ପ୍ରାର୍ଥୀଙ୍କ ମଧ୍ୟରେ କେହି ହେଲେ ଥାନାରେ ଜଣାଇ ନାହାନ୍ତି। ପୂର୍ବତନ ସରପଞ୍ଚ ବିଶ୍ବଭୂଷଣ ମଙ୍ଗରାଜ ଯିଏକି ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ଏସମ୍ପର୍କରେ ପଚାରିବାରୁ ସେ କହିଲେ ୨ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ହୋଇ ଗାଁ କୁ ଯିବା ମନାହୋଇଥିଲା କିନ୍ତୁ ଆଜି ତାହା ସମାଧାନ ହୋଇଯାଇଛି । ଅପରପକ୍ଷରେ ଏନେଇ ପୁଲିସ ପାଖରେ ଖବର ନଥିବା କଣାସ ଥାନାଧ୍ୟାକାରୀ ସୁଜିତ ଦାସଙ୍କ ଠାରୁ ସୂଚନା ମିଳିଛି ।

Leave a comment

You cannot copy content of this page