ଗଳିକନ୍ଦିରେ ସମର୍ଥକଙ୍କ ଗହଣରେ ପ୍ରାର୍ଥୀ

ଆସନ୍ତାକାଲି ସରିବ ପୌର ନିର୍ବାଚନ ପ୍ରଚାର

0

ଭୁବନେଶ୍ବର : ୨୪ ତାରିଖରେ ପୌର ନିର୍ବାଚନ। ଆସନ୍ତାକାଲି ସରିବ ପୌର ନିର୍ବାଚନ ପ୍ରଚାର । ନିର୍ବାଚନ କ୍ଷେତ୍ରରେ ପ୍ରଚାରରେ ଜୋର ଲଗାଇ ଦେଇଛନ୍ତି 3 ମୁଖ୍ୟ ପାର୍ଟୀ ବିଜେଡି, ବିଜେପି ଓ କଂଗ୍ରେସ । ଖରାକୁ ଖାତିର ନାହିଁ । ନେତା ଓ ସମର୍ଥକଙ୍କ ଗହଣରେ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ସହରର ଗଳିକନ୍ଦିରେ ବୁଲୁଛି କ୍ୟାମ୍ପେନ ଗାଡ଼ି ।
ସକାଳରୁ ସଞ୍ଜ ଯାଏ ପ୍ରାର୍ଥୀ ଘରକୁ ଘର ବୁଲୁଛନ୍ତି । ଆସନ୍ତା ୪୭ଟି ମ୍ୟୁନିସିପାଲଟି ଓ ୫୯ଟି ଏନଏସିରେ ନିଆଯିବ ଭୋଟ୍‌ । ୨୬ରେ ଫଳାଫଳ। ବୁଥ୍‌ ପରିଚାଳନା ଲାଗି ୩ଦଳ ଚୂଡାନ୍ତ ପ୍ରସ୍ତୁତି କରିଛି। ବିଜେଡି ଶତ ପ୍ରତିଶତ ସଫଳତା ଦୋହରାଇଥିବା ବେଳେ ୧୭ ପୌର ପରିଷଦ ଦଖଲ ଲାଗି ଆଶା ରଖିଛି କଂଗ୍ରେସ। ଦମ୍ଭର ସହ ଲଢିବାକୁ ବିଜେପି ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି।

Leave a comment