ନିର୍ବାଚନ ଖର୍ଚ୍ଚ ପାଇଁ ପ୍ରାର୍ଥୀ ନିଜ କିଡନି ବିକିବାକୁ ପ୍ରସ୍ତୁତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରାର୍ଥୀମାନେ ଭିନ୍ନ ଭିନ୍ନ କୌଶଳ ଅପଣେଇଥାନ୍ତି । ସେହିପରି ଜଣେ ପ୍ରାର୍ଥୀ ନିର୍ବାଚନ ଖର୍ଚ୍ଚ ପାଇଁ ନିଜ କିଡନି ବିକ୍ରି କରିବାକୁ ପ୍ରସ୍ତୁତ ଅଛନ୍ତି ।

ସୂଚନା ଅନୁଯାୟୀ, ଆସାମ ମୋଦାତି ଗ୍ରାମର ୨୬ ବର୍ଷୀୟ ସ୍ଵାଧୀନ ପ୍ରାର୍ଥୀ ସୁକୁର ଅଲି ଏଥର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସୁକୁର କହିଛନ୍ତି, ‘ ରାଜନେତାମାନେ କେବଳ ନିଜ ସ୍ୱାର୍ଥ ପାଇଁ ରାଜନୀତି କରୁଛନ୍ତି । କିନ୍ତୁ ବାସ୍ତବତା ହେଲା ଗରୀବଙ୍କ ପାଇଁ କାହାର ଦରଦ ନାହିଁ । ସେ ପ୍ରକୃତରେ ଗରିବଙ୍କ ପାଇଁ କାମ କରିବାକୁ ଚାହାନ୍ତି । ତେଣୁ ଦରକାର ପଡେ ତେବେ ସେ ନିଜର କିଡନି ବିକିଦେବେ’ ।

ଏହା ପୂର୍ବରୁ ସୁକୁର ନିଜ ଜମି ବିକ୍ରି କରି ତାଙ୍କ ଗାଁ ନିକଟସ୍ଥ ନଦୀରେ ଏକ ବାଉଁଶ ପୋଲ ନିର୍ମାଣ କରିଛନ୍ତି । ଆହୁରି ମଧ୍ୟ ମାଗଣାରେ ଜଣେ ନୌକା ଚାଳକ ଭାବେ ସେ କାମ କରୁଥିଲେ ।

Leave a comment