କ୍ୟାନ୍ସର ରୁ ମିଳିପାରିବ ମୁକ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସମସ୍ତେ ଜାଣନ୍ତି ଯେ କ୍ୟାନ୍ସର ଏକ ମାରାତ୍ମକ ରୋଗ । ଖୁବ କମ ଭାଗ୍ୟଶାଳୀ ଲୋକ ଏ ରୋଗରୁ ମୁକ୍ତି ପାଇପାରିଥାନ୍ତି। କାରଣ କ୍ୟାନ୍ସର ସେଲ ଗୁଡିକ ଖୁବଶୀଘ୍ର ଆମ ଶରୀରରେ ବଢ଼ିବାରେ ଲାଗିଥାଏ। କ୍ୟାନ୍ସର ଯଦି ପ୍ରଥମ ପର୍ଯ୍ୟାୟରେ ଜଣାପଡେ ତେବେ ଏହାର ଚିକିତ୍ସା ଦ୍ୱାରା ରୋଗୀର ଜୀବନ ହୋଇପାରେ ବଞ୍ଚି ଯାଇପାରେ । କିନ୍ତୁ ଯଦି ଡେରିରେ ଜଣାପଡେ ତେବେ ବଞ୍ଚିବାର ସମ୍ଭାବନା ଖୁବକମ।

ସୂଚନା ଅନୁଯାୟୀ, ଛତିଶଗଡର ରାୟପୁର ଅଞ୍ଚଳରେ ରହୁଥିବା ମମତା ତ୍ରିପାଠୀ ନାମକ ଜଣେ ଗବେଷକ ୫ ବର୍ଷ ନିରନ୍ତର ଗବେଷଣା କରି ଏହି ରୋଗକୁ କମ୍ କରିବାକୁ ଔଷଧ ବାହାର କରିସାରିଥିବା କହିଛନ୍ତି। ଏହି ଗବେଷଣା ସେ ପ୍ରଥମେ ମୂଷା ଙ୍କ ଉପରେ କରିଥିଲେ। ଏବଂ ପୁଣିଥରେ ଏହାକୁ ମୂଷା ଙ୍କ ଉପରେ ପ୍ରୟୋଗ କରି ଏହାର ପ୍ରଭାବ ଦେଖିବେ। ଯଦି ଏହା ସଫଳ ହୁଏ ତେବେ ଏହା ଶରୀରର ପ୍ରାୟତଃ ୮୦ ପ୍ରତିଶତ କ୍ୟାନ୍ସର ସେଲ ନଷ୍ଟ କରି ପାରିବ। ସେ ଆହୁରି ମଧ୍ୟ କହିଛନ୍ତି ଯଦି ତାଙ୍କ ଗବେଷଣା କର୍କଟ ରୋଗୀଙ୍କ ଜୀବନ ରକ୍ଷା କରିପାରିବ ତେବେ ତାହାଠାରୁ ବଡ଼କଥା ତାଙ୍କ ଜୀବନରେ ଆଉକିଛି ହୋଇନପାରେ।

Leave a comment

You cannot copy content of this page