କ୍ୟାନ୍ସର ହେବା ପୂର୍ବରୁ ଶରୀର ଦେଇଥାଏ ଏହି ସଙ୍କେତ !
ନମସ୍କାର ବନ୍ଧୁଗଣ ତେବେ କ୍ୟାନ୍ସର ନାମ ଶୁଣିଲେ ହିଁ ଡର ଲାଗେ । ଏହି ରୋଗକୁ ନେଇ ସମସ୍ତଙ୍କ ମନରେ ଭୟ ରହିଥାଏ । ଶରୀରର କୌଣସି ଅଙ୍ଗରେ ଅବସ୍ଥିତ କୋଷିକା ମାନଙ୍କର ଅନିୟନ୍ତ୍ରିତ ବୃଦ୍ଧି କ୍ୟାନ୍ସରର କାରଣ ବନିଥାଏ । ଏପରି ତ ଶରୀରର କୋଶିକ ଗୁଡିକ ଆବଶ୍ୟକ ଅନୁସାରେ ବିଭାଜିତ ହୋଇଯାନ୍ତି, କିନ୍ତୁ ଯେତେବେଳେ ଏହା ଲଗାତାର ବୃଦ୍ଧି ପାଇଥାଏ ତାହା କ୍ୟାନ୍ସରର ରୂପ ନେଇଥାଏ ।କିନ୍ତୁ ଅନେକ ଲୋକ ଏହାର ଲକ୍ଷଣକୁ ନଜର ଅନ୍ଦାଜ କରି ଦିଅନ୍ତୁ ଯାହା ଫଳରେ ତାହା ଶରୀରରେ ଅଧିକ ବ୍ୟାପିବା ପରେ ହିଁ ଜଣା ପଡିଥାଏ । ଆଜି ଆମେ କ୍ୟାନ୍ସରର କିଛି ଲକ୍ଷଣ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ । ପେଟରେ କ୍ୟାନ୍ସର ହୋଇଥିଲେ ତାହା ସହଜରେ ଜଣା ପଡି ନ ଥାଏ । ଏହା ଜଣା ପଡିବା ବେଳକୁ କ୍ୟାନ୍ସର କୋଷିକା ପେଟରେ ଖୁବ ଖ୍ଯାତି ଘଟାଇ ସାରିଥାନ୍ତି । ପେଟରେ ଦରଜ ହେବ, ଅଧିକ କୋଷ୍ଠକାଠିନ୍ଯ ହେବା, ପେଟ ଫୁଲିବା ଆଦି ପେଟ କ୍ୟାନ୍ସରର ଲକ୍ଷଣ ହୋଇପାରେ।ତେବେ ବ୍ଲଡ଼ କ୍ୟାନ୍ସର ଆମ ରକ୍ତର ଶ୍ଵେତ ରକ୍ତକଣିକାରେ ହୋଇଥାଏ । ଏକ ପ୍ରକାର ବ୍ଲଡ଼ କ୍ୟାନ୍ସର ବହୁତ ତୀବ୍ର ଗତିରେ ଶରୀରରେ ବ୍ୟାପି ଯାଏ ଓ ଅନ୍ଯଟି ଧିରେ ଧିରେ ବ୍ୟାପେ ଓ ଏହାର ଚିକିତ୍ସା ମଧ୍ୟ ସମ୍ଭବ । ରକ୍ତର ଅଭାବ ହେବା, ଅଧିକ ଜ୍ଵର ହେବା, ଶରୀରର ଅଙ୍ଗରୁ ରକ୍ତସ୍ରାବ ହେବା ବ୍ଲଡ଼ କ୍ୟାନ୍ସରର ଲକ୍ଷଣ ହୋଇପାରେ । ଶରୀରର କୌଣସି ଅଙ୍ଗର ହାଡରେ କ୍ୟାନ୍ସର ହୋଇଥିଲେ ତାହା ଆରମ୍ଭରୁ ବ୍ୟଥା କରିଥାଏ ଓ ସମୟ ସହ ଏହା ବଢିଥାଏ । ତେବେ ଗଳାରେ ଲଗାତାର ଜ୍ଵଳନ ହେବା, ନିଃଶ୍ଵାସ ନେବାରେ ଅସୁବିଧା ହେବା, ଦୀର୍ଘ ସମୟ ଧରି କାଶ ହେବା, ବାରମ୍ବାର ସ୍ଵର ଖରାପ ହେବା ଆଦି ଗଳା କ୍ୟାନ୍ସରର ଲକ୍ଷଣ ହୋଇପାରେ । କିଛି ଗଳା କ୍ୟାନ୍ସର ଯୋଗୁଁ କାନରେ ମଧ୍ୟ ବ୍ୟଥା ହୋଇଥାଏ । କାରଣ ଗଳା ଓ କାନର ମାଂସପେଶୀ ପରସ୍ପର ସହ ଜଡିତ ଅଛନ୍ତି । ଶରୀରର ଯେକୌଣସି ଅଙ୍ଗରେ ଦୀର୍ଘ ସମୟ ଧରି ଫୁଲା,ବ୍ୟଥା ଆଦି ରହୁଥିଲେ ଓ ଅସାମାନ୍ୟ ଅନୁଭବ ହେଉଥିଲେ ତାହା ହେଳା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।