କୋର୍ଟକୁ ଆସିଲେ, ପୁଣି କୋର୍ଟରୁ ଗଲେ ଜେଲ
ଭୁବନେଶ୍ୱର ଏସଡିଜେଏମ କୋର୍ଟରୁ ବାହାରି ଜେଲ ଗଲେ ଅର୍ଚ୍ଚନା । କୋର୍ଟରୁ କଡା ସୁରକ୍ଷା ବଳୟରେ ବାହାରି ପୁଣି ଗଲେ ଜେଲ । ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ କୋର୍ଟରେ ହାଜର ହୋଇଥିଲେ । ସେପଟେ ଅର୍ଚ୍ଚନାଙ୍କ ଜାମିନ ଆବେଦନ ହୋଇଛି, ଯାହାର ଶୁଣାଣି ହୋଇନି ବୋଲି କହିଛନ୍ତି ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର ।
ଆଜି ଜେଲରୁ କଡା ସୁରକ୍ଷାବଳୟ ଭିତରେ ଆସି କୋର୍ଟରେ ପହଞ୍ଚିଥିଲେ ବହୁ ଚର୍ଚ୍ଚିତ ବ୍ଲାକମେଲର ରାଣୀ ଅର୍ଚ୍ଚନା । କୋର୍ଟକୁ ଯିବା ସମୟରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ ଅର୍ଚ୍ଚନା । ତାଙ୍କ ନାଁରେ ମିଛ ଖବର ପ୍ରସାରଣ ନକରିବାକୁ ଅର୍ଚ୍ଚନା ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ବିନା କୌଣସି ପ୍ରମାଣରେ ମିଛ ଖବର ପ୍ରସାରଣ ନକରିବାକୁ ସେ ଗଣମାଧ୍ୟମକୁ କହିଛନ୍ତି ।