କଲଭର୍ଟ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟଣା, ୩ ଜଣ ଯନ୍ତ୍ରୀ ନିଲମ୍ବିତ

0

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଉପରସଜା ଗାଁରେ କଲଭର୍ଟ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟଣା । ଏନେଇ ମାମଲା ରୁଜୁ ହୋଇଥିଲା । ବର୍ତ୍ତମାନ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏହି ଘଟଣାରେ ସରକାର ୩ ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରିଛନ୍ତି । ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଭେଙ୍କଟ ରମଣ ମୁଦୁଲି ଓ କନିଷ୍ଠ ଯନ୍ତ୍ରୀ ରାଜେଶ ମଣ୍ଡଳ ନିଲମ୍ବିତ ହୋଇଥିବା ସୂଚନା ।

ଏଥିସହ ଠିକାଦାରଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । କଲ୍ୟାଣସିଂହପୁର ଥାନାରେ ଠିକାଦାର ବୁଗଡ଼ା ଜ୍ୟୋତି ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ସ୍ଥାନୀୟ ସରପଞ୍ଚଙ୍କ ଅଭିଯୋଗ କ୍ରମେ, ପୁଲିସ ମାମଲା ରୁଜୁ କରିଛି । ସରପଞ୍ଚ ଶ୍ୟାମଦାସ କଣ୍ଡାଗରି ଲିଖିତ ଅଭିଯୋଗ କରିଥିଲେ । ଏଣେ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ଜିଲ୍ଲାପାଳ ସ୍ୱଧା ଦେବ ସିଂ କହିଛନ୍ତି । ଏଥିସହ ଘଟଣାର ତଦନ୍ତ ପାଇଁ ଏକ ବୈଷୟିକ ଟିମ୍ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟିମ୍ ଆସୁଥିବା ସୂଚନା ମିଳିଛି । ଅପରପକ୍ଷରେ ସରକାରଙ୍କ ସହାୟତା ରାଶି ମଧ୍ୟ ଶୀଘ୍ର ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଜିଲ୍ଲାପାଳ ଦେଇଛନ୍ତି ।

Leave a comment