ଆଜି କ୍ୟାବିନେଟ୍ : ୨୦ ପ୍ରସ୍ତାବରେ ଲାଗିପାରେ ମୋହର

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍ର ଗୁରତ୍ୱପୂର୍ଣ୍ଣ ବୈଠକ ବୁଧବାର ଅପରାହ୍ଣରେ ବସିବ । ଉକ୍ତ ବୈଠକରେ ମୋଟ୍ ୨୦ଟି ପ୍ରସ୍ତାବରେ ମୋହର ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ମୁଖ୍ୟଶାସନ ସଚିବ ଉପସ୍ଥିତ ରହିବେ ।

ଏଥିରେ ଖଣି ଓ ଇସ୍ପାତ, ଜଳ ସମ୍ପଦ, ପଞ୍ଚାୟତିରାଜ, ଆଇଟି, ଉଚ୍ଚଶିକ୍ଷା, ଗଣଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ, ପର୍ଯ୍ୟଟନ, ଏମ୍ଏସ୍ଏମ୍ଇ, ଜଙ୍ଗଲ ଓ ପରିବେଶ ଓ ସ୍ୱାସ୍ଥ୍ୟ ବିଭାଗ ଭଳି ୨୦ ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି ।

Leave a comment