ରାଜ୍ୟ କ୍ୟାବିନେଟ୍ ବୈଠକର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଉଚ୍ଛେଦ ହେଲା ଠିକା ନିଯୁକ୍ତି
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଉଚ୍ଛେଦ ହେଲା ଠିକା ନିଯୁକ୍ତି । ଠିକା କର୍ମଚାରୀଙ୍କୁ ଆଉ କୁହାଯିବନି ଠିକା କର୍ମଚାରୀ । ସେମନାଙ୍କୁ ଇନିସିଆଲ ଆପଏଣ୍ଟିଜ୍ ବୋଲି କୁହାଯିବ । ଠିକା ଭିତ୍ତିରେ ୬ ବର୍ଷ ପରେ ସ୍ଥାୟୀ ନିଯୁକ୍ତି ମିଳୁଥିଲା । ଏବେ ପ୍ରଥମ ବର୍ଷରୁ ସ୍ଥାୟୀ ନିଯୁକ୍ତିର ୫୦ ପ୍ରତିଶତ ଦରମା ପାଇବେ । ଠିକା କର୍ମଚାରୀଙ୍କୁ ମିଳିବ ମେଡିକାଲ ଟ୍ରିଟମେଣ୍ଟ ରିଇମ୍ବର୍ସମେଣ୍ଟ ସୁବିଧା । ଉପକୃତ ହେବେ ରାଜ୍ୟର ସବୁ ଠିକା କର୍ମଚାରୀ ।
ଏ ବାବଦରେ ବାର୍ଷିକ ରାଜ୍ୟ ସରକାର ୨୫୦କୋଟି ଅତିରିକ୍ତ ଖର୍ଚ୍ଚ କରିବେ । ରାଜ୍ୟର ପ୍ରତ୍ୟେକ ପରିବାରକୁ ମିଲିବ ସ୍ବଚ୍ଛ ପାନୀୟ ଜଳ । ୪ ଜିଲ୍ଲାର ୧୨ ଲକ୍ଷ ଲୋକଙ୍କୁ ମିଳିବ ସ୍ୱଚ୍ଛ ପାନୀୟ ଜଳ । ୪ ଜିଲ୍ଲା ପାଇଁ ୧୨୮୦କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ । ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଉପକୃତ ହେବ । ଏ ସମ୍ପର୍କୀତ ୩ଟି ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ । ଓଡିଶା ଅବକାରୀ ସେବା ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ । ବୈଧ ମାପ ବିଜ୍ଞାନ ସେବା କ୍ୟାଡର ପୁର୍ନବିନ୍ୟାସକୁ ମ଼ଞ୍ଜୁରୀ ।
ଲୋକାୟୁକ୍ତ ରିପୋର୍ଟ ୨୦୨୦କୁ ମଞ୍ଜୁରୀ । ବେସାମରିକ ଯୋଗାଣ ନିଯୁକ୍ତି ସର୍ତ୍ତାବଳୀକୁ ମଞ୍ଜୁରୀ । ଖରିଫ୍ ୨୦୨୧-୨୨ ଖାଦ୍ୟ ସଂଗ୍ରହ ନୀତିକୁ ମଞ୍ଜୁରୀ । ଖରିଫ୍ ୨୦୨୧-୨୨ରେ ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ । ରବିରେ ୧୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ । ମଣ୍ଡିକୁ ଅଧିକ ଧାନ ଆସିଲେ, ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣିବେ ସରକାର । ନବେମ୍ବର ୨୦୨୧ରୁ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା । ମେ ୨୦୨୨ରୁ ଆରମ୍ଭ ହେବ ରବି ଧାନ ସଂଗ୍ରହ ପ୍ରକ୍ରିୟା ।