କ୍ୟାବିନେଟ ବୈଠକରେ ୧୫ ପ୍ରସ୍ତାବରେ ଲାଗିଲା ମୋହର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚୁଆଲ ମାଧ୍ୟମରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୫ ପ୍ରସ୍ତାବ ଉପରେ ମୋହର ଲାଗିଛି । ଏଥିରେ ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱର୍କ (ଓସ୍ୱାନ୍) ମଧ୍ୟ ସାମିଲ ରହିଛି । ଏହି ପ୍ରକଳ୍ପରେ ୩୩୨ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ରାଜ୍ୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ବଢ଼ାଇବ ।
ରାଜ୍ୟ କ୍ୟାବିନେଟ୍ରେ ସିଇଟିକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ ସ୍ଥିର ହୋଇଛି । କଲେଜ ଅଫ ଇଂଜିନୟରିଂ ପରିବର୍ତ୍ତେ ଏହାର ନୂଆ ନାମ ଓଡ଼ିଶା ଟେକ୍ନୋଲୋଜି ଓ ଗବେଷଣା ବିଶ୍ୱବିଦ୍ୟାଳୟ (OUTR) କରାଯିବା ନେଇ ସ୍ଥିର କରିଛି ରାଜ୍ୟ କ୍ୟାବିନେଟ ।
ଏଠାରେ ସ୍ନାତକ, ସ୍ନାତ୍ତୋକତ୍ତର, ଗବେଷଣା ଏବଂ ଶିଳ୍ପ ସମ୍ପର୍କିତ ପାଠ୍ୟକ୍ରମ ନୂତନ କରି ପଢାଯିବ । ଦେଶ ଭିତରେ ଓ ବାହାରେ ଥିବା ବିଶ୍ୱବିଦ୍ୟାଳୟ ସହଯୋଗ କରିପାରିବ । ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ୧୫ଟି ପ୍ରସ୍ତାବ ଉପରେ ବାଜିଛି ମୋହର । ବଡ ନିଷ୍ପତ୍ତିକ୍ରମେ ଏକକ ବିଶ୍ୱଦ୍ୟାଳୟରେ ହେବ ଭୁବନେଶ୍ୱର CET କଲେଜ୍ । ଏନେଇ ଏକ ଆଇନ୍ ପ୍ରଣୟନ କରାଯିବ । ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରସ୍ତାବିତ OUTR ବିଶ୍ବବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ତଥା ପିଏଚଡି ଶିକ୍ଷା କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ । ଏହି ବିଶ୍ୱଦ୍ୟାଳୟ ଇଞ୍ଜିନିୟରିଂ, ସାଇନ୍ସ ଓ ଟେକ୍ନୋଲୋଜି କ୍ଷେତ୍ରରେ ଅଧିକ ତାଲିମ ଓ ଅନୁସନ୍ଧାନର ସୁଯୋଗ ସୃଷ୍ଟି କରିବ ।
ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡାଲାଇଟ ପଥ ଉପରୁ ରୟାଲଟି ଛାଡ଼ ହେବ । ଖଣ୍ଡାଲାଇଟ୍ ପଥର ଅବଢ଼ା ଯୋଜନା ଓ ଅନ୍ୟ ଐତିହ୍ୟସ୍ଥଳ ବିକାଶରେ ଲାଗିବ । ରାଜ୍ୟ ସରକାର ମେଗା ପାଇପ୍ ପାଣି ଯୋଗାଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ସୁନ୍ଦରଗଡ଼, କେନ୍ଦୁଝର ଓ କଟକରେ ଏହି ପ୍ରକଳ୍ପ କାମ କରିବ ।
ସେହିପରି ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାର ପ୍ରସସ୍ତୀକରଣକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ୨ ଲେନ୍ ବିଶିଷ୍ଟ ଏହି ପ୍ରସସ୍ତୀକରଣ କାମରେ ୧୦୨.୬୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଆକଳନ କରାଯାଇଛି ।