ଧନତେରସ୍ ଦିନ କିଣନ୍ତୁ ଝାଡୁ: ମିଳିବ ମା’ ଲକ୍ଷ୍ମୀ ଓ କୁବେରଙ୍କ କୃପା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୂଜା ମଧ୍ୟ କରାଯାଇଥାଏ। ଛୋଟ ଦୀପାବଳିର ଦିନେ ପୂର୍ବରୁ ପଡିଥାଏ ଧନତେରସ। ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ପ୍ରକଟ ହୋଇଥିଲେ ବୋଲି ବିଶ୍ୱାସ ରହିଛି।
ଧନତେରସ ଦିନ ଝାଡୁ କିଣିବା ପ୍ରଥା ରହିଛି। ଏହି ଦିନ ଝାଡୁ କିଣିଲେ ଗରିବୀ ବା ଅଭାବ ଦୂର ହୋଇଥାଏ ବୋଲି କୁହାଯାଏ। ଧନତେରସ ଦିନ ଝାଡୁ କିଣିଲେ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ଝାଡୁରେ ଧଳା ସୁତା ବାନ୍ଧି ଘରକୁ ଆଣିବା ଉଚିତ ଯାହାଦ୍ୱାରା ମାତା ଲକ୍ଷ୍ମୀ ଘରେ ବାସ କରିବେ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହେବ।
ଧନତେରସ ଦିନ ଯୁଗ୍ମ ସଂଖ୍ୟାରେ ଝାଡୁ କିଣିବା ଉଚିତ ନୁହେଁ ବରଂ ଅଯୁଗ୍ମ ସଂଖ୍ୟାରେ କିଣିବା ଉଚିତ। ଅର୍ଥାତ ଦୁଇଟିନ କିଣି ୩ଟି ଝାଡୁ କିଣିବା ଉଚିତ। ଏହା ଶୁଭ ବୋଲି କୁହାଯାଏ। ଧନତେରସ ଦିନ କିଣିଥିବା ଝାଡୁ ଦୀପାବଳି ଦିନ ମନ୍ଦିରରେ ଦେବା ମଧ୍ୟ ଶୁଭ ବୋଲି କୁହାଯାଏ। ରବିବାର ଓ ମଙ୍ଗଳବାର ଦିନ ଝାଡୁ କିଣିବା ଉଚିତ ନୁହେଁ। ଝାଡୁରେ ଗୋଡ ମଧ୍ୟ ମାରିବା କଥା ନୁହେଁ। ଏହା ଅଶୁଭ ବୋଲି କୁହାଯାଏ। ନଭେମ୍ବର ୧୩ ତାରିଖରେ ଧନତେରସ ପଡିବ। ପୂଜାର ଶୁଭ ମୁହୂର୍ତ୍ତ ସନ୍ଧ୍ୟା ୫ଟା ୨୮ ମିନିଟରୁ ୫ଟା ୫୯ ମିନିଟ ଯାଏଁ ରହିଛି। ଏହି ଅଧା ଘଣ୍ଟା ମଧ୍ୟରେ ପୂଜା କରିବା ପାଇଁ ସର୍ବଶ୍ରେଷ୍ଠ ସମୟ। ଏହିଦିନ ଭଗବାନ ଧନ୍ଵନ୍ତରୀ, ମାତା ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରାଯାଏ।

Leave a comment