ବସ-ଟ୍ରକ୍ ମୁହାଁମୁହିଁ ଧକ୍କା, ୮ ମୃତ

0

ବେଙ୍ଗାଲୁରୁ(ଓଡ଼ିଶା ଫାଷ୍ଟ ବ୍ୟୁରୋ): କର୍ଣାଟକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଗୁରୁତର ଆହତ ହୋଇଛନ୍ତି । କର୍ଣ୍ଣାଟକର ହୁବଲି ସହରରେ ଆଜି ପୁନେ-ବେଙ୍ଗାଲୁ ରାଜପଥରେ ଗୋଟିଏ ବସ-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଆହତଙ୍କୁ ହୁବଲିର କିମ୍ଵ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି । ପୁଲିସ ସୂଚନା ଅନୁଯାୟୀ ଯାତ୍ରୀବାହି ବସ୍ କୋହ୍ଲାପୁରରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବାବେଳେ ଟ୍ରକ୍ ସହ ଧକ୍କା ହୋଇଥିଲା। ଉଭୟ ବସ୍ ଏବଂ ଟ୍ରକ୍ର ଡ୍ରାଇଭରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

Leave a comment