ବସ, ଟ୍ରକ ମୁହାଁ ମୁହିଁ ଧକ୍କା, ୧୦ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବସ, ଟ୍ରକ ମୁହାଁ ମୁହିଁ ଧକ୍କା, ୧୦ ଗୁରୁତର ଏବଂ ୨୫ ଯାତ୍ରୀ ଆହତ । ଆଜି ସକାଳ ପ୍ରାୟ ୮.୩୦ମିନିଟ ସମୟରେ ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ପାଣି ଗ୍ରାମ ଦେଇ ଯାଇଥିବା ୨୩ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଓ ମାଲବୋଝେଇ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୩୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଅଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ରାଉରକେଲାରୁ ଅନୁଗୁଳ ଅଭିମୁଖେ ଯାଉଥିବା ସାରଳା ନାମକ ଘରୋଇ ଯାତ୍ରୀବାହୀ ବସ ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ଗ୍ରାମ ନିକଟରେ ପହଞ୍ଚିବା ସମୟରେ ସମ୍ମୁଖରୁ ଆସୁଥିବା ଏକ ମାଲବୋଝେଇ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ବସରେ ଥିବା ୩୫ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ବାରକୋଟ ଥାନାକୁ ସୂଚନା ଦେବାସହ ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଗୁରୁତର ମାନଙ୍କୁ ବଣେଇ ଓ ଦେବଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।ସେହିପରି ଦୁର୍ଘଟଣାରେ ଟ୍ରକ ଚାଳକର ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଣାଇ ତାକୁ ଡାକ୍ତରଖାନାକୁ ସ୍ଥାନାନ୍ତରି କରାଯାଇଥିବା ଜଣାପଡିଛି । ଦୁର୍ଘଟଣା ସ୍ଥଳରେ ବାରକୋଟ ଥାନା ପୁଲିସ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରି ଦୁର୍ଘଟଣା ଗ୍ରସ୍ଥ ଉଭୟ ଗାଡିକୁ ଜବତ କରିଥିବା ସୂଚନା ମିଳିଛି ।

Leave a comment