ଟ୍ରାଫିକ୍‌ ନିୟମ ଭାଙ୍ଗିବାରୁ ବସ୍ କୁ ୬.୭୨ ଲକ୍ଷ ଫାଇନ୍

0

ଓଡିଶା ଫାଷ୍ଡ ( ବ୍ୟୁରୋ): ଟ୍ରାଫିକ ନିୟ ଭାଙ୍ଗିବା ବସ୍ ଚାଳକଙ୍କୁ ମହଙ୍ଗା ପଡିଲା । ୫ ଟି ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଏକ ଯାତ୍ରୀବାହୀ ବସ୍‌କୁ ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ୍‌ ହୋଇଛି। ସୂଚନାଯୋଗ୍ୟ, ବୌଦ୍ଧ ଜିଲ୍ଲା ଆରଟିଓ ଆଜି ଧରପଗଡ଼ କରୁଥିବା ବେଳେ ଘରୋଇ ଯାତ୍ରୀବାହୀ ବସ୍‌ ମିନାରକୁ ଏହି ମୋଟା ଅଙ୍କର ଜରିମାନା କରିବା ସହ ଗାଡ଼ିଟିକୁ ଜବତ କରିଛି। ସଂଶୋଧିତ ନୂଆ ମୋଟରଯାନ ଆଇନ୍ ଅନୁଯାୟୀ, ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଯେଉଁମାନେ ନିୟମ ଖିଲାପ କରୁଛନ୍ତି, ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଯାତ୍ରୀବାହୀ ବସ୍‌ ‘ମିନାର’ ଭୁବନେଶ୍ୱରରୁ ବୌଦ୍ଧ ଯାଉଥିବା ବେଳେ ଆଜି ଆରଟିଓ ହାବୁଡ଼ରେ ପଡ଼ିଥିଲା। ଏହାପରେ ବିଭିନ୍ନ କାଗଜପତ୍ର ଯାଞ୍ଚ ପରେ ନିୟମ ଉଲ୍ଲଘଂନ ଅଭିଯୋଗରେ ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ୍‌ ହୋଇଛି । ବୌଦ୍ଧ ଆରଟିଓଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ‘ମିନାର’ ବସ୍‌ ୫ଟି ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରିଛି।

Leave a comment