ମହନଦୀକୁ ଖସିଲା ଯାତ୍ରୀବାହୀ ବସ, ୧୨ ମୃତ, ୨ ଲକ୍ଷ ସହାୟତା ଘୋଷଣା

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ସନ୍ଧ୍ୟାରେ କଟକ ମହାନଦୀ ପୋଲରୁ ଏକ ଯାତ୍ରୀବାହୀ ବସ ମଇଁଷିକୁ ଧକ୍କା ଦେଇ ୩୦ ଫୁଟ୍‌ ତଳକୁ ଖସିପଡ଼ିଛି । ତାଳଚେର ବଲଣ୍ଡାରୁ ଭୁବନେଶ୍ୱର ଆସୁଥିବା ଜଗନ୍ନାଥ( ଓଡି ୩୫ଏ ୦୨୧୧) ନାମକ ବସ କଟକ ମହାନଦୀ ବ୍ରିଜ ଅତିକ୍ରମ କରିବା ସମୟରେ ଏକ ମଇଁଷିକୁ ଧକ୍କା ଦେବାରୁ ଭାରସାମ୍ୟ ହରାଇ ପୋଲ ବାଡ଼ ଭାଙ୍ଗି ମହାନଦୀ ଶଯ୍ୟାରେ ପଡିଥିଲା । ଘଟଣା ସ୍ଥଳରେ ହିଁ ୧୨ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରି ମୁତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୨ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ଏବଂ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟସରକାର ବହନ କରିବେ ବୋଲି କହିଛନ୍ତି ।


ସୂଚନା ଅନୁଯାୟୀ, (ଓଡି ୩୫ଏ ୦୨୧୧)ଜଗନ୍ନାଥ ନାମକ ବସ ତାଳଚେର ବଲଣ୍ଡାରୁ ଭୁବନେଶ୍ୱର ଆସୁଥିଲା । ବସଟି କଟକ ମହାନଦୀ ବ୍ରିଜ ଅତିକ୍ରମ କରିବା ସମୟରେ ଏକ ମଇଁଷିକୁ ଧକ୍କା ଦେବାରୁ ଭାରସାମ୍ୟ ହରାଇ ପୋଲ ବାଡ଼ ଭାଙ୍ଗି ମହାନଦୀ ଶଯ୍ୟାରେ ପଡିଥିଲା । ଦୁର୍ଘଟଣା ସମୟରେ ବସରେ ୪୭ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ୩୭ ଜଣ ଆହତଙ୍କୁ କଟକ ବଡ ମେଡିକାଲ ରେ ଭର୍ତ୍ତି କରାଯାଇଛି । ବସ ଟି ବାଲିରେ ପଡିବାରୁ ଅନେକ ଯାତ୍ରୀ ଗାଡିରୁ ଛିଟିକି ବାଲିରେ ଏଠି ସେଠି ପଡ଼ି ରହିଥିଲେ । ଦୁର୍ଘଟଣା ଖବର ପାଇ ଆହତମାନଙ୍କ ଉଦ୍ଧାର ପାଇଁ ପୋଲିସ, ଅଗ୍ନିଶମ, ଓଡ୍ରାଫ କର୍ମଚାରୀ ଓ ୯ଟି ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଅନ୍ଧାର ହେତୁ ଉଦ୍ଧାର କାର୍ଯ୍ୟ ରେ ବିଳମ୍ବ ହୋଇଥିଲା । ଘଟଣା ସ୍ଥଳକୁ ନେତା ଓ ଅଫିସର ଙ୍କ ସୁଅ ଛୁଟିଥିଲା । କଟକ ଡିସିପି ଓ ସିପି ନିଜେ ଘଟଣା ସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ ।

Leave a comment