ବସ, ଟ୍ରକ ମୁହାଁମୁହିଁ ଧକ୍କା ୭ ମୃତ, ୩୪ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ମୈନପୁରୀ ନିକଟରେ ବସ, ଟ୍ରକ ମୁହାଁମୁହିଁ ଧକ୍କା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୪ ଗୁରୁତର ଅଛନ୍ତି ।

ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ମୈନପୁରୀ ନିକଟରେ ଏକ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ବସଟି ଦିଲ୍ଲରୁ, ବନାରସ ଯାଉଥିବା ସମୟରେ ମୈନପୁରୀ ନିକଟରେ ନିୟନ୍ତ୍ରଣ ହରାଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲାକି ବସର ସମ୍ମୁଖପାର୍ଶ୍ଵ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା । ବସ କଟିବା ପରେ ଆହତଙ୍କୁ ଉଦ୍ଧାର କରାଯାଇଥିଲା । ଚିକିତ୍ସା ନିମନ୍ତେ ଆହତମାନଙ୍କୁ ସୈଫଇ, ପିଜିଆଇକୁ ପଠାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ବ୍ୟକ୍ତିମାନଙ୍କ ପରିଚୟ ମିଳିପାରିନାହିଁ ।

Leave a comment