ବସ୍‌ ଦୁର୍ଘଟଣା, ୪ ଇଞ୍ଜିନିୟର ସସ୍‌ପେଣ୍ଡ

0

ଓଡିଶା ଫାଷ୍ଟ( ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ବସ୍‌ ଦୁର୍ଘଟଣାରେ 4 ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି । ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନର ଜେଇ ଓ ସହକାରୀ ଯନ୍ତ୍ରୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇଇ ଓ ସହକାରୀ ଯନ୍ତ୍ରୀଙ୍କୁ ସସ୍‌ପେଣ୍ଡ କରାଯାଇଛି ।
ଅନ୍ୟପଟେ 4 ଜଣ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯିବା ପରେ ବି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ଭୁଲ୍‌ ଯୋଗୁଁ 10ଟି ନିରିହ ଜୀବନ ଚାଲିଗଲା । ହେଲେ ସରକାର ଏହି ଘଟଣାରେ କାହାକୁ ଗିରଫ ନକରି କେବଳ ସସ୍‌ପେଣ୍ଡ କରି ଚୁପ୍‌ ବସି ପଡ଼ିଲେ । ଏହି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ।

Leave a comment