ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡ଼ିଲା ଏକ ଘରୋଇ ବସ୍ । ଫଳରେ ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ଅନୁସାରେ, ବାଙ୍କିରୁ ଭୁବନେଶ୍ୱର ଆସୁଥିବା ଲିଙ୍ଗରାଜ ନାମକ ଘରୋଇ ବସ୍ ଖୋର୍ଦ୍ଧା ବାଘମାରି ସିମୋର ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ଦୁର୍ଘଟଣା ବସରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଏବଂ ଆମ୍ବୁଲାନ୍ସ ସମସ୍ତ ଆହତ ଯାତ୍ରୀଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଛନ୍ତି । ସମସ୍ତ ଯାତ୍ରୀ ବାଙ୍କୀ, ପୋଦଦିହାରୁ ଆସୁଥିଲେ । ୫ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯାଇଛି ।