ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ

0

ଭାରସାମ୍ୟ ହରାଇ ଓଲଟିଲା ଘରୋଇ ଯାତ୍ରୀବାହୀ ବସ। ସୋମବାର ପୁରୀରୁ ଭୁବନେଶ୍ବର ଅଭିମୁଖେ ଯାଉଥିବାବେଳେ ଦିନ ସାଢେ ୧୨ଟା ସମୟରେ ଘଟିଛି ଏଭଳି ଦୁର୍ଘଟଣା । ଫଳରେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ବସରେ ୬୦ରୁ ଊର୍ଦ୍ଧ୍ବ ଯାତ୍ରୀ ସୁନାବେଶ ଦେଖି ଭୁବନେଶ୍ବର ଫେରୁଥିଲେ। ସାତଶଙ୍ଖ ନିକଟ ଜଶୁଆପୁର୍ ଗ୍ରାମ୍ୟ ଛକଠାରେ କୌଣସି କାରଣରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର୍‌ ସହ ଧକ୍କା ଲାଗିବା ସହ ତା’ ଉପରେ ଚଢିଯାଇ ଓଲଟି ପଡିଥିଲା। ଫଳରେ ବସରେ ଥିବା ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ। ପୁଲିସ ଓ ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ଓ ମଙ୍ଗଳପୁର ମେଡିକାଲରେ ଭର୍ତି କରିଛନ୍ତି। ବସ୍‌ରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି। ଦୁର୍ଘଟଣା ସମୟରେ ବର୍ଷା ହେଉଥିଲା। ଦୁର୍ଘଟଣା ପରେ ଯଶୁଆପୁର୍ ଗ୍ରାମବାସୀମାନେ ସେଠାରେ ପହଞ୍ଚି ବସକୁ ସିଧା କରିବା ସହ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ପରେ ଗାଡ଼ି ଚାଳକ ଓ ହେଲପର୍ ସେଠାରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।

Leave a comment