ଭଦ୍ରକରେ ବସ ଦୁର୍ଘଟଣା 2 ମୃତ, 30 ଆହତ

0

ଓଡିଶା ଫାଷ୍ଟ (ବ୍ୟୁରୋ) : ଭଦ୍ରକ ଜିଲ୍ଲା ଧାମନଗର  ଉର୍ସ ପର୍ବରୁ ଫେରୁଥିବା ଏକ୍‌ ବସ୍‌ ଦୁର୍ଘଟଣା 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 30 ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 7 ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଆଜି ଭୋର ପ୍ରାୟ 4 ଟା ବେଳେ ବାସୁଦେବପୁର ଅଭିମୁଖେ ଯାଉଥିବା ଏହି ବସ୍‌ଟି ବନ୍ତ ଛକରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ସୂଚନା ଅନୁଯାୟୀ, ରାତି 3 ଟା ପରେ ବସ୍‌ଟି ବାସୁଦେବପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବସ୍‌ରେ ରାଜ୍ୟ ବାହାରର କିଛି ଯାତ୍ରୀ ମଧ୍ୟ ଥିଲା। ସେମାନେ ଚରମ୍ପା ଷ୍ଟେଶନ୍‌ ନିକଟରେ ଓହ୍ଲାଇଥା’ନ୍ତେ। ହେଲେ ତା’ ପୂର୍ବରୁ ଘଟିଲା ଦୁର୍ଘଟଣା। ଭଦ୍ରକ ସହରର ବନ୍ତ ଛକରେ 16  ନମ୍ବର ଜାତୀୟ ରାଜପଥର କାମ ଚାଲୁଥିବାରୁ ଡାଇଭର୍ସନ ହୋଇଛି ଓ ଗୋଟିଏ ରୁଟ୍‌ରେ ଉଭୟ ପଟରୁ ଗାଡ଼ି ଚଳାଚଳ କରୁଛି। । ଏଣୁ ଅସାବଧାନତା ହେତୁ ବସ୍ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି।

Leave a comment