ସୋମବାର ଠାରୁ ବସ୍ ଚଳାଚଳ ସ୍ୱାଭାବିକ ହେବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଲକଡାଉନ୍‌ ଯୋଗୁ ବନ୍ଦ ଥିବା ବସ ପୁଣି ଚଳାଚଳ କରିବ। ରାଜ୍ୟରେ ସୋମବାର ଠାରୁ ସ୍ୱାଭାବିକ ହେବ ବସ୍ ଚଳାଚଳ। ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏନେଇ ସୂଚନା ଦେଇଛନ୍ତି। ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂପାଦକ ଏନେଇ ସୂଚନା ଦେଇଛନ୍ତି।

ଘରୋଇ ବସ୍ ମାଲିକ ସଂଘ ସହ ସରକାରଙ୍କ ଆଲୋଚନା ସଫଳ ହୋଇଛି। ସଂଘର ଦାବି ଉପରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ ବୋଲି ସଂପାଦକ କହିଛନ୍ତି। କରୋନା କୋପ କମିବା ପରେ ସରକାର ସମଗ୍ର ରାଜ୍ୟରେ ବସ୍‌ ଚଳାଚଳ କରିବାକୁ ଅନୁମତି ଦେଇଥିଲେ। ହେଲେ ଓଡ଼ିଶା ବସ୍‌ ଆସୋସିଏସନ କହିଥିଲା, ବର୍ତ୍ତମାନ ବସ୍‌ ଗଡ଼ିବା ସ୍ଥିତିରେ ନାହିଁ। ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେଲା ପର୍ଯ୍ୟନ୍ତ ବସ୍‌ ଗଡ଼ି ପାରିବ ନାହିଁ। ୭ ଦଫା ଦାବି ଉପସ୍ଥାପନ କରି ଓଡ଼ିଶା ବସ୍‌ ଆସୋସିଏସନ ଆଜି ଏପରି ଚେତାବନୀ ଦେଇଥିଲା।

Leave a comment