ବଢିଲା ବସ୍ ଭଢା

ଓଡ଼ିଶାଫାଷ୍ଟ (ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ଘଟିବା ଫଳରେ ରାଜ୍ୟରେ ବଢିଛି ବସ୍ ଭଡା । ଅଟୋମେଟିକ୍ ମେକାନିଜିମ୍ ବ୍ୟବସ୍ଥାରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ଘଟିଥିବାରୁ ଏହି ଭଡା ବୃଦ୍ଧିହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଅର୍ଡିନାରୀ ବସ୍ କିମି ପିଛା ୮୫ ପଇସା ଥିବା ବେଳେ ୪ ପଇସା ବଢି ୮୯ ପଇସା ହୋଇଛି । ଏକ୍ସପ୍ରେସ୍ ୮୯ ପଇସା ରହିଥିବା ବେଳେ ୯୩ ପଇସାକୁ ବୃଦ୍ଧି ପାଇଛି । ଡିଲକ୍ସ ଟ୧.୨୧ ପଇସା ଥିବା ବେଳେ ୮ ପଇସା ବଢିି ଟ୧.୨୯ ପଇସାରେ ପହଞ୍ଚିଛି । ଏସି ଡିଲକ୍ସ ଟ୧.୪୯ ପଇସା ରହିଥିବା ବେଳେ ୮ ପଇସା ବୃଦ୍ଧି ଘଟି ୧.୫୭ ପଇସା ହୋଇଛି । ସେହିପରି ସୁପର ପ୍ରିମିୟମ୍ ଟ୨.୩୩ ପଇସା ଥିବା ବେଳେ ୧୨ ପଇସା ବୃଦ୍ଧିହୋଇ ଟ୨.୪୫ ପଇସାରେ ପହଞ୍ଚିଛି ।