ଆସିବ ବସ୍‌ ଚଳାଚଳ ଲାଗି ଗାଇଡ଼ଲାଇନ୍‌ : ପରିବହନ ମନ୍ତ୍ରୀ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଚଳିତମାସ ଗାଇଡ଼ଲାଇନ ଅନୁଯାୟୀ ଏ- କାଟେଗୋରୀର ୨୦ଟି ଜିଲ୍ଲା ଭିତରେ ବସ୍‌ ଚଳାଚଳ କରିବା ନେଇ ଅନୁମତି ମିଳିଛି । ତେବେ ବସ୍‌ ଚଳାଚଳକୁ ଅନୁମତି ମିଳିବା ପରେ ବସ୍‌ ଚଳାଚଳ ପାଇଁ ଗାଇଡ୍‌ ଲାଇନ୍‌ ଆସିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି । ପରିବହନ ବିଭାଗ ତରଫରୁ ଆରଟିଓ ଏବଂ ବସ୍‌ ସଂଘଗୁଡିକୁ ଗାଇଡ୍‌ ଲାଇନ୍‌ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ବସ୍‌ରେ ସିଟିଂ କାପାସିଟିରେ ଲୋକ ବସିବେ, ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ରହିବ । ବସ୍‌କୁ ନିୟମିତ ସାନିଟାଇଜ କରାଯିବ । କାଟାଗୋରୀ ‘ବି’ ଜିଲ୍ଲାଗୁଡିକରେ କୌଣସି ବସ୍‌ ଚଳାଚଳ କରିବ ନାହିଁ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

Leave a comment