ପାକିସ୍ତାନରେ ବସ୍‌ ଦୁର୍ଘଟଣା:୧୮ ମୃତ୍ୟୁ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ବସ ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ବସ୍‌ ବାଧରୁ ଦାଦୁ ଅଭିମୁଖେ ଯାଉଥିବା ସମୟରେ ଖୁଜଦାର ଜିଲ୍ଲାର ଖୋରିଠାରେ ଦୁର୍ଘଟଣାର ଶିକାର ହୋଇଥିଲା । ଘଟଣାସ୍ଥଳରେ ୧୫ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଖବର ପାଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଆଉ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି । ଯାତ୍ରୀବାହୀ ବସ୍‌ ଦ୍ରୁତ ଗତିରେ ଯାଉଥିବାବେଳେ ଡ୍ରାଇଭର ଭାରସାମ୍ୟ ରକ୍ଷା କରିନପାରିବାରୁ ବସଟି ଦୁର୍ଘଟଣାର ଶିକାର ଘଟିଛି ବୋଲି କୁହାଯାଉଛି ।

Leave a comment