ଜନ ସମୁଦ୍ର ସମର୍ଥକଙ୍କ ସହ ବୁନୁ ଭରିବେ ନାମାଙ୍କନ ପତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ବିବାଦ ପରେ ଗତକାଲି ଭୁବନେଶ୍ୱର ମଧ୍ୟମରୁ ଅନନ୍ତ ନାରାୟଣ ଜେନାଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ପୂର୍ବତନ ମେୟର ଅନନ୍ତ(ବୁନୁ)ଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଆସନ୍ତା କାଲି ଅନନ୍ତ ନିଜର ନାମାଙ୍କନ ପତ୍ର ଦାଖିଲ କରିବାକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏକ ଜନସମୁଦ୍ର ସମର୍ଥକ ଙ୍କ ରାଲି ସହ ଅନନ୍ତ ନିଜର ପ୍ରାର୍ଥୀ ପତ୍ର ଦାଖିଲ କରିବେ । ଯାହାକି ଭୁବନେଶ୍ୱରର ସବୁଠାରୁ ବଡ଼ ରାଲି ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ମଧ୍ୟମ ପ୍ରାର୍ଥୀ ତାଲିକାରେ ବୁନୁଙ୍କ ନାମ ପ୍ରଥମରୁ ସେତେ ଚର୍ଚ୍ଚା ହେଉନଥିଲା । ମାତ୍ର ସମୟକ୍ରମେ ତାଲିକାର ପ୍ରଥମରେ ଥିବା ନାମ ଉପରେ ଦଳ ଭରସା କରିପାରିନଥିଲା । କହିଁକି ନା ବିଜେପି ମଧ୍ୟମରୁ ଜଗନ୍ନାଥ ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଜଗନ୍ନାଥଙ୍କ ସଙ୍ଗଠନ ମଧ୍ୟ ଭଲ ଅଛି । ତେଣୁ ବିଜେଡିକୁ ଏପରି ଏକ ପ୍ରାର୍ଥୀ ଚୟନ କରିବାର ଥିଲା ଯେକି ଜଗନ୍ନାଥଙ୍କୁ ଟକ୍କର ଦେଇପାରିବ । ତେଣୁ ନୂଆ ଚେହେରା ଅପେକ୍ଷା ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଦୁଇ ଦୁଇ ଥର ମେୟର ହୋଇସାରିଥିବା ବୁନୁଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ବୁନୁଙ୍କର ଭୁବନେଶ୍ୱରରେ ଥିବା ପ୍ରାୟ ସମସ୍ତ କର୍ପୋରେଟରଙ୍କ ସହ ସୁସମ୍ପର୍କ ରହିଛି ଯେଉଁମାନେ ବୁନୁଙ୍କ ସହ ଉତ୍ତର ଓ ଏକାମ୍ର ବିଧାନସଭା ପ୍ରାର୍ଥୀ ଓ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀକୁ ଜିତାଇବାକୁ ନିଜ ସଙ୍ଗଠନ ସହ ସାହାଯ୍ୟ କରିବେ । ତେବେ ଦେଖିବାକୁ ବାକିରହିଲା କାଲି ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କ ରାଲି ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଓ ଭୋଟରଙ୍କ ଉପରେ କିପ୍ରଭାଵ ପକାଇବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

Leave a comment