୧୫୦ କିମି ବେଗରେ ଚାଲିଥିଲା ବୁଲେଟ୍ ଟ୍ରେନ : ବାଥ୍ରୁମ ଚାଲିଗଲେ ଡ୍ରାଇଭର, ତା ପରେ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାପାନରେ ବୁଲେଟ୍ ଟ୍ରେନ ବିଦେଶୀ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ମାତ୍ର ସେଠାରେ ଜଣେ ବୁଲେଟ୍ ଟ୍ରେନ ଚାଳକ ଏମିତି ଭୁଲ୍ କରିଛନ୍ତି, ଯାହା ଶତାଧିକ ଯାତ୍ରୀଙ୍କ ଜୀବନକୁ ବିଦପରେ ପକାଇ ଦେଇଥିଲା। ଯେଉଁ ସମୟରେ ବୁଲେଟ୍ ଟ୍ରେନ ୧୫୦ କିମିରୁ ଅଧିକ ବେଗରେ ଗତି କରୁଥିଲା ସେହି ସମୟରେ ଚାଳକ କ୍ୟାବିନ ଛାଡି ବାଥରୁମ ଚାଲି ଯାଇଥିଲେ। ୩୬ ବର୍ଷୀୟ ଡ୍ରାଇଭର ହିକାରୀ ବୁଲେଟ୍ ଟ୍ରନ ନମ୍ବର ୬୩୩ର କକପିଟ୍ରୁ ପ୍ରାୟ ୩ ମିନିଟ୍ ବାହାରେ ରହିଥିଲେ। ସେହି ସମୟରେ ଟ୍ରେନରେ ୧୬୦ ଯାତ୍ରୀ ଯାତ୍ରା କରୁଥିଲେ।ଡ୍ରାଇଭର ସେହି ସମୟରେ ଜଣେ କଣ୍ଡକ୍ଟରଙ୍କୁ ଟ୍ରେନର ଦାୟିତ୍ଵ ଦେଇଥିଲେ, ଯାହାଙ୍କ ପାଖରେ ଟ୍ରେନ ଚଳାଇବାର ଲାଇସେନ୍ସ ନଥିଲା। ଜାପାନର ସ୍ଥାନୀୟ ସମୟନୁସାରେ ସକାଳ ପ୍ରାୟ ୮ଟା ୧୫ରେ ଟ୍ରେନଟି ସିଜୁଓକାରେ ଅଟାମୀ ଷ୍ଟେସନ ଓ ମିଶିମା ଷ୍ଟେସନ ମଧ୍ୟରେ ଯାତ୍ରା କରୁଥିଲା।ଜାପାନରେ ବୁଲେଟ୍ ଟ୍ରେନରେ ଦାୟିତ୍ଵ ରହୁଥିବା କଣ୍ଡକ୍ଟରଙ୍କ କାମ ଯାତ୍ରୀଙ୍କୁ ଚଢାଇବା ଓ ଅନ୍ୟ କାର୍ଯ୍ୟ ସମ୍ଭାଳନ୍ତି। ମାତ୍ର ଟ୍ରେନକୁ ସଞ୍ଚାଳନ କରିବା ସେମାନଙ୍କର ଦାୟିତ୍ଵ ନୁହେଁ। ଘଟଣା ପରେ ବୁଲେଟ୍ ଟ୍ରେନ ଡ୍ରାଇଭର କ୍ଷମା ମାଗି କହିଛନ୍ତି, ଦୀର୍ଘ ସମୟ ଧରି ସେ ପରିଶ୍ରା ଯାଇନଥିଲେ, ଏହି କାରଣରୁ ପେଟ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଶୌଚ ପାଇଁ ସେ ନିକଟ ରେଲଓ୍ଵେ ଷ୍ଟେସନରେ ଟ୍ରେନକୁ ରୋକିବାକୁ ଚାହୁଁନଥିଲେ। ସେଥିପାଇଁ କିଛି ସମୟ କଣ୍ଡକ୍ଟରଙ୍କୁ କକପିଟ୍ ଦାୟିତ୍ଵ ଦେଇ ନିଜେ ବାର୍ଥ ରୁମ ଚାଲି ଯାଇଥିଲେ ବୋଲି କହିଛନ୍ତି।