ଏଣିକି ବଡ଼ବଡ଼ିଆ ଜବରଦଖଲ କୋଠାରେ ବୁଲିବ ବୁଲଡୋଜର

0

ଏଥର ଓଡ଼ିଶାରେ ବୁଲିବ ବୁଲଡୋଜର । ଜବରଦଖଲ ନେଇ ଏଭଳି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠାଗୁଡ଼ିକୁ ଭଙ୍ଗାଯିବ । ବଡ଼ବଡ଼ିଆ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ । ପୂର୍ବରୁ କେବଳ ଗରିବଙ୍କ ଘର ଭଙ୍ଗା ଯାଉଥିଲା ।

ଏବେ ବଡ଼ବଡ଼ିଆଙ୍କ ଘର ଭଙ୍ଗାଯିବ । ୪ଡିସିମିଲ ଜାଗରେ କୁଡ଼ିଆ କରି ରହୁଥିବା ଗରୀବ ଜବରଦଖଲକାରୀ ନୁହନ୍ତି । ଅଧିକ ଜାଗା ଜବରଦଖଲ କରି ଅଟ୍ଟାଳିକା ନିର୍ମାଣ କରିଥିଲେ ଭଙ୍ଗାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

Leave a comment