ଭୁଶୁଡ଼ିଲା ଚାରି ମହଲା କୋଠା, ଏକାଧିକ ଲୋକ ଚାପି ହୋଇ ରହିଥିବା ସୂଚନା

0

ରାଜଧାନୀ ନୂଆଦିଲ୍ଲୀରେ ଭୁଶୁଡ଼ିଲା ଚାରି ମହଲା କୋଠା। ଉତ୍ତର ଦିଲ୍ଲୀର ମଲ୍‌କାଗଞ୍ଜର ସବ୍‌ଜୀ ମଣ୍ଡିରେ ଆଜି ମଧ୍ୟାହ୍ନରେ କୋଠା ଭୁଶୁଡ଼ି ପଡ଼ିଛି। କୋଠାର ଭଗ୍ନାବଶେଷ ତଳେ ବହୁ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। କୋଠା ଭୁଶୁ଼ଡିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

କୋଠାଟି ପ୍ରାୟ ୫୦ ବର୍ଷ ତଳର ଓ ତଳ ମହଲାରେ ଥିବା ଦୋକାନରେ କିିଛି ନିର୍ମାଣ କାର୍ଯ୍ୟ ଚାଲିଥିବା କୁହାଯାଇଛି। ତେବେ କୋଠା ଭୁଶୁଡିବାର ପ୍ରକୃତ କାରଣ ଏବେ ଯାଏଁ ଜଣାପଡ଼ିନାହିଁ। କୋଠା ଭୁଶୁଡ଼ିବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ଵିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଏହାକୁ ଏକ ଦୁଃଖଦ ଘଟଣା ବୋଲି କହିବା ସହ ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ନଜର ରଖିଥିବା ସେ କହିଛନ୍ତି।

Leave a comment