ଚାଲିଛି ବଜେଟ ଉପସ୍ଥାପନ, ଓଡିଶା ପାଇଁ ପେଡି ଖୋଲିବେକି ସୀତାରମଣ ?

0

ଓଡିଶା ଫାଷ୍ଟ( ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି। କଣ ରହିବ ଦେଶର ଆର୍ଥିକ ସ୍ଥିତି ତାହାର ପେଡି ଖୋଲୁଛନ୍ତି ସିତାରମଣ। ଏହାକୁ ନେଇ ସାରା ବାରତବାସୀ ଉତ୍ସାହି। କଣ ସଶ୍ତାହେବ ଅନାଇ ବସିଛନ୍ତି। ବଜେଟରେ ଓଡ଼ିଶାକୁ କଣ ମିଳିବ । ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ରାଜ୍ୟ ଯେଉଁଦାବି କରିଛି ତାହା ପୂରଣ କରିବ କି କେନ୍ଦ୍ର । ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଅର୍ଥମିଳିବା ସହ ନୂଆ ରେଳଟ୍ରେନ ମିଳିବକି । ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦେବେ କି ନିର୍ମଳା । ପୁରୀ,କୋଣାର୍କ ସୌନ୍ଦର୍ଯ୍ୟକରଣ ଲାଗି ରାଜ୍ୟ ଯେଉଁ ଅର୍ଥଦାବି କରିଛି ତାହା ଓଡ଼ିଶାକୁ ମିଳିବ କି । କେନ୍ଦ୍ରବଜେଟରେ ଓଡ଼ିଶାର ଚାଷୀମାନଙ୍କ ଭାଗ୍ୟ ଫିଟିବକି । ଏପରି ନାନା ଚର୍ଚ୍ଚା ଆରମ୍ଭ ହୋଇଛି । ଓଡ଼ିଶା ବି ବେଶ ଆଶାଦାବୀ ଅଛି କେନ୍ଦ୍ର ବଜେଟକୁ ନେଇ । କାରଣ କେନ୍ଦ୍ର ବଜେଟକୁ ଦେଖି ରାଜ୍ୟ ତାହାର ବଜେଟ ପ୍ରସ୍ତୁତ କରିବ । ବଜେଟରେ ଓଡ଼ିଶା ୩ଟି ପ୍ରମୁଖ ମୁଦ୍ଧା ଉପରେ ଗୁରୁତ୍ୱ ଦେଇଛି ।
୧- ନୂତନ ଯୋଜନାରେ ଓଡ଼ିଶା କି ଲାଭ ପାଉଛି ?
୨- କେନ୍ଦ୍ର ପବର୍ତ୍ତିତ ଯୋଜନାରେ ଓଡ଼ିଶାର ଅଂଶ କେତେ ?
୩-ଭିତ୍ତିଭୂମି କ୍ଷେତ୍ରରେ କେନ୍ଦ୍ର ୧୦୦କୋଟି ଖର୍ଚ୍ଚ କରୁଥିବା ବେଳେ ଓଡ଼ିଶାର ଭାଗ କେତେ ?
ଏହାସହ ଜିଏସଟି କ୍ଷତି ବାକି ବାବଦକୁ ଓଡ଼ିଶାର ବକେୟା ୨୫୦୦କୋଟି ଦେବାକୁ ଦାବି । ରେଳବାଇ କ୍ଷେତ୍ରରେ ଓଡ଼ିଶା ୬ହଜାର କୋଟି ଟଙ୍କା ମାଗିଥିବ ବେଳେ ୩ଟି ନୂଆ ଲାଇନ ଚଳାଚଳ କରିବାକୁ ଦାବି କରିଛି । ଏହାସହ ଅଧପାନ୍ତର ଭାବେ ପଡ଼ିଥିବା ରେଳ ଳାଇନର ସଂଯୋଗୀକରଣ କରିବା ପାଇଁ ଅଧିକ ଅର୍ଥ ଦେବାକୁ ଓଡ଼ିଶା ଦାବି କରିବ । ତେତେ କେନ୍ଦ୍ର ବଜେଟ ଭଲ ହେବ ବୋଲି ବିଜେପି ନେତା ଗୋଲକ ମହାପାତ୍ର କହିଥିବା ବେଳେ କଂଗ୍ରେସ ବଜେଟ ସେତେଟା ଆଶା ପୂରଣ ହେବା ନାର୍ହି ବୋଲି କହିଛି । ବିଜେଡ଼ି ବଜେଟରେ ଓଡ଼ିଶାକୁ ଅଧିକ ଅର୍ଥ ମିଳିବ ବୋଲି ଆଶା ରଖିଛ ।

Leave a comment