ବଜେଟ ୨୦୨୨: ମୋବାଇଲ ଚାର୍ଜରରୁ କପଡ଼ା ହେଲା ଶସ୍ତା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ । ବଜେଟ୍ ଉପସ୍ଥାପନ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୀମା ଶୁଳ୍କ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି । ଆସନ୍ତୁ ଜାଣିବା କେଉଁ ଜିନିଷ ଶସ୍ତା ହେବ, ଆଉ କଣ ମହଙ୍ଗା ।
ବଜେଟରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଶସ୍ତା ନେଇ ଘୋଷଣା କରାଯାଇଛି । ମୋବାଇଲ୍ ଚାର୍ଜର, କ୍ୟାମେରା ଶସ୍ତା ହେବ । ଗହଣା କିଣିବାକୁ ଥିବା ଲୋକଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଛି । କାରଣ ଗହଣା ଅଳଙ୍କାର ଶସ୍ତା ନେଇ ବଜେଟରେ ଘୋଷଣା ହୋଇଛି ।
ଶସ୍ତା ସାମଗ୍ରୀ
ବିଦେଶରୁ ଆମଦାନୀ ହେଉଥିବା ମେସିନ୍
କପଡ଼ା ଓ ଚମଡ଼ା ତିଆରି ଜିନିଷ
ଚାଷ କାର୍ଯ୍ୟରେ ବ୍ୟବହୃତ ଉପକରଣ
ମୋବାଇଲ୍ ଚାର୍ଜର
ଜୋତା ଓ ଚପଲ
ହୀରା ଗହଣା
ପ୍ୟାକେଜିଂ ଡବା
ମହଙ୍ଗା ସାମଗ୍ରୀ
ଛତା
କ୍ୟାପିଟାଲ ଗୁଡ୍ସ
ଇମିଟେସନ୍ ଜୁଏଲାରୀ