BSKY କାର୍ଡ ସହାୟତାରେ ହେଲା କର୍କଟ ରୋଗୀଙ୍କ ଅପରେସନ୍: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପରିବାର ଲୋକେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାହା ହେଲା ବିଏସକେୱାଇ ସ୍ମାର୍ଟ ହେଲ୍ଥ କାର୍ଡ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପାଇଁ ନୂଆ ଜୀବନ ପାଇଲେ ବଲାଙ୍ଗୀର ଜିଲ୍ଲାର ଧନପତି ବେହେରା । ସ୍ମାର୍ଟ କାର୍ଡ ଜରିଆରେ ମାଗଣା ଚିକିତ୍ସା ସୁବିଧା ପାଇ ନୂଆ ଜୀବନ ପାଇଲେ ଧନପତି । ମାଗଣା ଚିକିତ୍ସା ସୁବିଧା ପାଇବା ପରେ ସର୍ବପ୍ରଥମେ ହସ୍ପିଟାଲରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧନପତି ଓ ତାଙ୍କ ପରିବାର ଲୋକେ ।
ବଲାଙ୍ଗୀର ଜିଲ୍ଲାକୁ ପଛୁଆ, ଅନୁନ୍ନତ ଓ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ବଲାଙ୍ଗୀର ଚିତ୍ର ବଦଳିଛି । ପୂବରୁ ଜିଲ୍ଲାର ଗରିବ ଶ୍ରେଣୀର ଲୋକମାନେ ଚିକିତ୍ସା ପାଇଁ ଜମି ଓ ସୁନା ଗହଣା ବନ୍ଧା ପକାଇ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରୁଥିଲେ । କେମିତି ଗରିବ ଲୋକେ ମାଗଣାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ଥିଲା । ଓଡ଼ିଶାର ଅସହାୟ ଗରିବ ନିଷ୍ପେସିତ ପରିବାର ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇବା ନେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଯୋଗାଇ ଦେଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ବଲାଙ୍ଗୀର ଜିଲ୍ଲାର ୪ଲକ୍ଷ, ୫୨ହଜାର ପରିବାରର ହିତାଧିକାରୀମାନେ ସ୍ମାର୍ଟ କାର୍ଡ ପାଇଛନ୍ତି ।