ବ୍ରାଉନସୁଗାର କାରବାର : 5 ବେପାରୀ ଗିରଫ

0

ସୁନ୍ଦରଗଡ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ପୋଲିସକୁ ବଡ଼ ସଫଳତା । ବ୍ରାଉନସୁଗାର କାରବାର କରୁଥିବା 5 ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହିତ ତାଙ୍କ ପାଖରୁ 10 ଗ୍ରାମରୁ ଅଧିକ ବ୍ରାଉନସୁଗାର, 8 ହଜାର 700 ଟଙ୍କା, ୭ଟି ମୋବାଇଲ, ଦୁଇଟି ମୋଟର ସାଇକଲ ଜବତ କରିଛି ।

ସମସ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ରାଜଗାଙ୍ଗପୁର ସହିତ ପୁରା ଜିଲ୍ଲାରେ ଡ୍ରଗ୍ସ କାରବାର ନେଇ ଅଭିଯୋଗ ହୋଇ ଆସୁଥିଲା । ରାଜଗାଙ୍ଗପୁର ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ।

Leave a comment