ବ୍ରାଉନସୁଗର ଜବତ: ୨ ବେପାରୀ ଗିରଫ କଲା ଏସଟିଏଫ୍

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପୋଲିସ ଓ ଡାକ୍ତର ପରିଚୟ ଦେଇ ଚଳାଉଥିଲେ କାରବାର । ଦୁଇ ଜଣ କୁଖ୍ୟାତ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍ । ସେମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି । ୧୭ ହଜାର ଟଙ୍କା ସହ ଫେକ୍ ପରିଚୟପତ୍ର ଜବତ କରାଯାଇଛି ।

ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ କାରବାର କରୁଥିବା ବେଳେ ମାଡ଼ି ବସିଲା ଏସଟିଏଫ୍ । ଦୁଇ ଗିରଫ ଅଭିଯୁକ୍ତ ହେଲେ କପିଳ ଦେବ ମଜୁମଦାର ଓ ରଶ୍ମିରଞ୍ଜନ ଭୋଳ । ସେମାନଙ୍କ ପାଖରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ଜଣେ ପୋଲିସ ଓ ଆଉ ଜଣେ ଏମସ ଡାକ୍ତରର ନକଲି ପରିଚୟପତ୍ର ତିଆରି କରିଥିଲେ ।

Leave a comment