୫ଲକ୍ଷ ଟଙ୍କା ର ବ୍ରାଉନ୍‌ ସୁଗାର ଜବତ

0

ଓଡ଼ିଶା ଫାଷ୍ଟ , ଜଗତସିଂହପୁର (ବ୍ୟୁରୋ): କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଅଞ୍ଚଳରେ ଅବକାରୀ ବିଭାଗ ଏବଂ କୁଜଙ୍ଗ ପୋଲିସ ଚଢ଼ାଉ କରି  ବ୍ରାଉନ ସୁଗାର ଜବତ କରିଛନ୍ତି। ଯାହାର ମୂଲ୍ୟ ଆନୁମାନିକ ୫ଲକ୍ଷ ଟଙ୍କା ହେବ। ଏଥିସହ କିଛି ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହି ନିଶା କାରବାରରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଚୋରା ବେପାରୀ ଜଣକ ହେଲେ ଷଣ୍ଢପୁର ଅଞ୍ଚଳର ଧର୍ମେନ୍ଦ୍ର ପରିଡ଼ା,ଦୀର୍ଘଦିନ ହେବ କୁଜଙ୍ଗ ଅଞ୍ଚଳରେ ବ୍ୟାପକ ପରିମାଣରେ ବ୍ରାଉନ ସୁଗାର ବ୍ୟବସାୟ ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା। ବିଭିନ୍ନ ସମୟରେ ପୋଲିସ୍‌ ସୂଚନା ପାଉଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ସଫଳ ହେଉ ନଥିଲା।
କାଲି ପୋଲିସ୍‌ ଗ୍ରାହକ ସାଜି ନାଶା ବଜାରରେ ପସିଥିଲା । ଆଉ ଜଣକୁ ଧରିବାକୁ ସଫଳ ହେବା ସହ ଲକ୍ଷାଧିକ ଟଙ୍କାର ନିଶାଦ୍ରବ୍ୟ ଜବତ କରିଥିଲା। ଏହି ନିଶା କାରବାରର ଚେର ବହୁତ ଲମ୍ବିଥିବା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟାରେ ଚାଲିଥିବା ପୋଲିସ ଜାଣିବାକୁ ପାଇଛି। ଶୀଘ୍ର ଏହି ବଡ଼ମାନେ ଧରାପଡ଼ିବେ ବୋଲି ପୋଲିସ କହିଛି।

Leave a comment