ବ୍ରାଉନସୁଗାର ଜବତ, 3 ଗିରଫ

ଭଦ୍ରକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ପ୍ରତ୍ୟେକ ଦିନ ନିଶା ଦ୍ରବ୍ୟ ଜବତ ହେବା ସହ କାରବାରରେ ସଂପୃକ୍ତ ଥିବା ଲୋକଙ୍କୁ ଗିରଫ କରୁଛି ପୋଲିସ୍। ସେହିପରି ଭଦ୍ରକରେ ମଧ୍ୟ ନିଶା କାରବାର ବଢିବାରେ ଲାଗିଛି। ଅଞ୍ଚଳରେ ମାତିଛନ୍ତି ବ୍ରାଉନସୁଗାର ମାଫିଆ। ଗ୍ରାମାଞ୍ଚଳ ଥାନା ପକ୍ଷରୁ ଅର୍ଣ୍ଣପାଳ ଛକ ନିକଟରୁ ବ୍ରାଉନ ସୁଗାର ଜବତ କରିଛି ପୋଲିସ।
ଚେକିଂ କରୁଥିବା ବେଳେ ମଟର ସାଇକେଲ ନେଇ ଯାଉଥିବା 3 ଜଣ ବ୍ୟକ୍ତିଙ୍କ ପାଖରୁ 21 ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ପୋଲିସ୍। ତାଙ୍କ ନିକଟରୁ ନଗଦ 27 ହଜାର ଟଙ୍କା ମଧ୍ୟ ଜବତ କରିଛି ଗ୍ରାମାଞ୍ଚଳ ପୋଲିସ।