ଧଳାଜହର ର୍ୟାକକେଟ: ୩ କୋଟିର ବ୍ରାଉନସୁଗର ଜବତ

0

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁରୀରେ ଧଳାଜହର ର୍ୟା କେଟର ପର୍ଦ୍ଦାଫାସ । ୩ କେଜି ୧୯୨ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ମୂଲ୍ୟ ୩ କୋଟି ଟଙ୍କା ହେବ । ମଙ୍ଗଳାଘାଟ ଛକରୁ ବ୍ରାଉନସୁଗର ଚାଲାଣ ବେଳେ ଚଢ଼ାଉ କରି ଜବତ କରିଛି ବାସେଳିସାହି ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ ପୋଲିସ ।

ଘଟଣାର କିଙ୍ଗପିନ କଣାସ ଥାନା କେଶରପୁର ଗାଁର ସୁଶାନ୍ତ ପଟ୍ଟନାୟକ ଓରଫ ନଣ୍ଡା ସହ ରାଜକିଶୋର ସାହୁ ଓ ମାନସ ସାହୁକୁ ଗିରଫ କରାଯାଇଛି । ଏବେ ବି ଡିଏସ୍ପିଙ୍କ ନେତୃତ୍ୱରେ ୩ଟି ଟିମ୍ ଚଢାଉ କରୁଛନ୍ତି । ନଗଦ ୨୦ହଜାର ଟଙ୍କା, ୪ଟି ମୋବାଇଲ ଓ କାର ଜବତ ହୋଇଛି । ଅଧିକ ତଦନ୍ତ ପାଇଁ ନଣ୍ଡାକୁ ୩ ଦିନିଆ ରିମାଣ୍ଡରେ ଅଣାଯିବ ବୋଲି ପୁରୀ ଏସପି କନଓ୍ଵର ବିଶାଲ ସିଂ ସୂଚନା ଦେଇଛନ୍ତି ।

Leave a comment