ଓଜନ ହ୍ରାସ କରିବା ସହିତ ଡାଇବେଟିଜ ଓ ହାର୍ଟ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ହୋଇଥାଏ ବ୍ରାଉନ ରାଇସ

0

ଯେଉଁ ଲୋକ ହେଲଦି ଡାଏଟ ଏବଂ ଓଜନ ହ୍ରାସ କରିବାକୁ ଆଗଭର ଥାଆନ୍ତି, ଏହାଛଡ଼ା ଭାତ ଖାଇବାଠୁ ଦୂରେଇ ରୁହନ୍ତି, ସେମାନଙ୍କ ପାଇଁ ବ୍ରାଉନ ରାଇସ ଏକ ବଢ଼ିଆ ବିକଳ୍ପ। କ୍ୟାଲୋରୀ କମ କରିବା ସହିତ ଏହାର ଆହୁରି ରହିଛି ଅନେକ ଫାଇଦା। ଆଜି ଆମେ ଆପଣଙ୍କୁ ବ୍ରାଉନ ରାଇସର ଫାଇଦା ବିଷୟରେ କହିବୁ।
୧. କୋଲେଷ୍ଟ୍ରୋଲ: ବ୍ରାଉନ ରାଇସ ଖାଇବାର ବଡ଼ ଫାଇଦା ହେଉଛି ଏହା କୋଲେଷ୍ଟ୍ରୋଲକୁ କମ କରିଥାଏ। ଏହା ଶରୀରରେ ଅତିରିକ୍ତ ଫ୍ୟାଟ ଜମିବାକୁ ଦିଏନାହିଁ।
୨. ଡାଇବେଟିଜ: ଚାଉଳରେ ଶର୍କରାର ମାତ୍ରା ଅଧିକ ଥିବାରୁ ଡାଇବେଟିଜ ରୋଗୀ ଭାତ ଖାଆନ୍ତି ନାହିଁ। କିନ୍ତୁ ବ୍ରାଉନ ରାଇସ ଖାଇଲେ ଏହା ରକ୍ତରେ ଶର୍କରାର ମାତ୍ରାକୁ ବଢ଼ିବାକୁ ଦିଏନାହିଁ।
୩. ହାର୍ଟ ରୋଗ: ହୃଦୟର ଧମନୀରେ କୋଲେଷ୍ଟ୍ରୋଲ ଜମା ରହିବା କାରଣରୁ ଅଧିକତଃ ହାର୍ଟ ଆଟାକ କିମ୍ବା ହାର୍ଟ ସମ୍ବନ୍ଧୀୟ ଅନ୍ୟ ରୋଗ ଦେଖାଦେଇଥାଏ। ଏଭଳି ସ୍ଥିତିରେ ଆପଣ ବ୍ରାଉନ ରାଇସ ଖାଇଲେ ଏହା ବହୁତ ଲାଭଦାୟକ ହୋଇଥାଏ।
୫. ହାଡ଼: ମାଗନେସିୟମ ଏବଂ କ୍ୟାଲସିୟମରେ ଭରପୂର ଥିବାରୁ ବ୍ରାଉନ ରାଇସ ହାଡ଼କୁ ମଜଭୁତ କରିବାରେ ସହାୟକ ହୋଇଥାଏ।
୬. ଓଜନ ହ୍ରାସ: ଓଜନ କମ କରିବାକୁ ଚାହୁଁଥିଲେ ଆପଣ ଧଳା ଭାତ ଅପେକ୍ଷା ବ୍ରାଉନ ରାଇସକୁ ଭୋଜନରେ ସାମିଲ କରନ୍ତୁ। କିଛି ଦିନ ଭିତରେ ଆପଣ ଓଜନ କମିଯାଇଥିବା ଅନୁଭବ କରିବେ।

Leave a comment