ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଜଣାଇଲେ କରୋନା ଆକ୍ରାନ୍ତଙ୍କ ଭାଇ ଓ ଭଉଣୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ । କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କ ଚିକତ୍ସା ଦ୍ୱାରା ଆଜି ସେ ସୁସ୍ଥ ହୋଇପାରିଛନ୍ତି । ତେଣୁ ତାଙ୍କର ଭାଇ ଓ ଭଉଣୀ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଜଣେ ୩୪ ବର୍ଷୀୟ ଯୁବକ ଇଟାଲୀ ଯାଇଥିଲେ । ସେଠାରେ ସେ ଅସୁସ୍ଥତା ଅନୁଭବ କରିବାରୁ ଓଡ଼ିଶା ଫେରି ଆସିଥିଲେ । ସନ୍ଦେହରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଆଇସୋଲେସନ ୱାର୍ଡରେ ରଖାଯାଇ ତାଙ୍କ ରକ୍ତ ଓ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ଆରଏମଆରସି ପଠାଯାଇଥିଲା । ରିପୋର୍ଟରେ ସଂପୃକ୍ତ ଯୁବକ କରୋନା (କୋଭିଡ୍-୧୯) ଭୂତାଣୁ ଦ୍ୱାରା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା ।

Leave a comment