ଭଉଣୀର ଅନୈତିକ ସମ୍ପର୍କ ପାଇଁ ଭାଇ ସାଜିଲା ହତ୍ୟାକାରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିବାହିତା ଭଉଣୀର ଅନୈତିକ ସମ୍ପର୍କ ଥିବା ଯୁବକକୁ ହତ୍ୟା କଲା ଭାଇ । ରାଜସ୍ଥାନର ବାରନ ଜିଲ୍ଲାରେ ଘଟିଯାଇଛି ଏଭଳି ଏକ ହତ୍ୟାକାଣ୍ଡ ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବୁଦ୍ଧିପ୍ରକାଶ (୨୬) ଙ୍କ ବିବାହିତା ୩୫ ବର୍ଷୀୟା ଭଉଣୀ ଙ୍କ ବାସଦୀ ଗାଁର ଆନନ୍ଦ ମିଣା(୨୮) ଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣି ରାଗରେ ଜର୍ଜରିତ ହୋଇଥିଲେ । କିପରି ଆନନ୍ଦ ଙ୍କୁ ରାସ୍ତାରୁ ହଟାଇବେ ଚିନ୍ତା କରୁଥିଲେ । ଗତ ରବିବାର ଆନନ୍ଦ ଯେତେବେଳେ ତାଙ୍କ ପ୍ରେମିକା ଘରକୁ ଯାଇଥିଲେ ସେତେବେଳେ ପ୍ରେମିକାଙ୍କ ସ୍ୱାମୀ ନନ୍ଦକିଶୋର (୫୦), ଭାଇ ବୁଦ୍ଧିପ୍ରକାଶ (୨୬) ଓ ତାଙ୍କ ପୁଅ କିଶନ ମୁରାରୀ ସହିତ ମଦ୍ୟପାନ କରୁଥିଲେ । ତେବେ ବୁଦ୍ଧିପ୍ରକାଶ, ଆନନ୍ଦ କୁ ସେଠାରେ ଦେଖି ନିଜ ହିତାହିତ ଜ୍ଞାନ ହଜାଇ ଏକ ଧାରୁଆ ଜିନିଷରେ ଆନନ୍ଦ ର ମୁଣ୍ଡକୁ ଆଘାତ କରିଥିଲେ । ଘଟଣା ସ୍ଥଳରେ ହିଁ ଆନନ୍ଦ ର ମୃତ୍ୟୁ ହୋଇଯାଇଥିଲା । ଏହାପରେ ସେମାନେ ଗାଁ ର ଏକ ନିଛାଟିଆ ସ୍ଥାନରେ ଆନନ୍ଦଙ୍କ ମୃତଦେହ ଫୋପାଡ଼ି ଦେଇଥିଲେ। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ହରିପୁରା ଗାଁ ର ମୁଖ୍ୟ ଅଭିଯୁକ୍ତ ବୁଦ୍ଧିପ୍ରକାଶକୁ ପୋଲିସ ଗିରଫ କରିଛି ।

Leave a comment