ଭୁଶୁଡ଼ିଲା ବଦ୍ରିନାଥ ଧାମରେ ନିର୍ମାଣଧୀନ ବ୍ରିଜ, ଭାସିଗଲେ ୨ ଶ୍ରମିକ

0

ଭୁଶୁଡ଼ିଲା ବଦ୍ରିନାଥ ଧାମରେ ନିର୍ମାଣଧୀନ ବ୍ରିଜ । ଅଳକନନ୍ଦା ନଦୀର ସୌନ୍ଦର୍ଯ୍ୟକରଣ ପାଇଁ ସେତୁ ନିର୍ମାଣ କରାଯାଉଥିଲା ହଠାତ ଏହା ଭୁଶୁଡିଲା । ବ୍ରିଜ ଭାଙ୍ଗିବା ସମୟରେ କାର୍ଯ୍ୟକରୁଥିବା ଦୁଇଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ଭାସି ଯାଇଥିବା ବେଳେ ଅନ୍ୟ ଜଣକୁ ଉଦ୍ଧାର କରାଯାଇଛି । ବଦ୍ରିନାଥ ଧାମରେ ମାଷ୍ଟର ପ୍ଲାନରେ କାମ ଜାରିରହିଛି ।

ବୁଧବାର ଦିନ ମନ୍ଦିର ପରିସରରେ ବ୍ରହ୍ମ କପାଳ ନିକଟରେ ଏକ ନିର୍ମାଣଧୀନ ସେତୁ ହଠାତ୍ ଭୁଶୁଡ଼ିପଡିଥିଲା । ଦୁର୍ଘଟଣା ସମୟରେ ବ୍ରିଜ ଉପରେ ଦୁଇଜଣ ଶ୍ରମିକ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକ ନଦୀର ପ୍ରଖର ସ୍ରୋତରେ ଭାସିଯାଇଯାଇଛନ୍ତି ।ଦୁର୍ଘଟଣା ପରେ ସ୍ଥାନୀୟ ଚାମୋଲି ଜିଲ୍ଲାର ଉପ ଜିଲ୍ଲାପାଳ ଜୋସିମାଥ କୁମ୍କୁମ୍ ଯୋଶୀ କହିଛନ୍ତି ଯେ ଭୁଶୁଡ଼ିବା ସମୟରେ ଦୁଇଜଣ ଶ୍ରମିକ ବ୍ରିଜ ଉପରେ ଥିଲେ ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି । ଅନ୍ୟଜଣେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି । ଶ୍ରମିକଙ୍କୁ ଖୋଜା ଖୋଜି କରାଯାଇଛି । ବଦ୍ରିନାଥ ଧାମରେ ଅବସ୍ଥିତ ବ୍ରହ୍ମ କପାଳ ନିକଟରେ ଥିବା ଏହି ସେତୁଟି ଅଳକାନନ୍ଦା ନଦୀକୁ ସୌନ୍ଦର୍ଯ୍ୟକରଣ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଥିଲା । ଏହା ନିର୍ମାଣଧୀନ ଅବସ୍ତାରେ ହଠାତ୍ ଭୁଶୁଡି ପଡିଛି ।

Leave a comment