କୋଲକାତାର ବ୍ରିଜ ଭୁଶୁଡ଼ିଲା, ଜଣେ ମୃତ ଓ ୬ ଜଣ ଗୁରୁତର

0

ଓଡିଶା ଫାଷ୍ଟ(ବ୍ୟୁରୋ): ଦକ୍ଷିଣ କୋଲକାତାର ୪୦ ବର୍ଷ ପୁରୁଣା ବ୍ରିଜ ଭୁଶୁଡ଼ିଲା । ଆଜି ଅପରାହ୍ନ ୪.୪୫ ମିନିଟରେ କୋଲକାତାର ମଜେରହାଟ ଠାରେ ଥିବା ବ୍ରିଜ ଭୁଶୁଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୪.୪୫ ମିନିଟରେ କୋଲକାତାର ମଜେରହାଟ ଠାରେ ଥିବା ବ୍ରିଜରେ ସବୁଦିନ ପରି ଭିଡ ଲାଗିରହିଥିଲା । ମାତ୍ର ହଠାତ ବ୍ରିଜଟିର ଏକ ବଡ ଅଂଶ ଭୁଶୁଡି ପଡିଥିଲା । ବହୁଲୋକ ଏହା ତଳେ ନିଜ ଗାଡି ସହ ଚାପି ହୋଇ ରହିଯାଇଛଥିଲେ । ଅଗ୍ନିଶମ କର୍ମଚାରୀ ଓ ପୋଲିସ ମିଶି ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜରିରଖିଥିଲେ । ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସମୟରେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ବ୍ରିଜଟି ୪୦ ବର୍ଷ ପୁରୁଣା ଓ ପୋର୍ଟ ଟ୍ରଷ୍ଟ ଦ୍ୱାରା ନିର୍ମିତ ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ୩ଟି ଟିମ୍ ଓ ସେନାର ଯବାନମାନେ ଲାଗିଛନ୍ତି।

ଦୁର୍ଘଟଣା ଘଟିଥିବା ଅଞ୍ଚଳକୁ ପୁଲିସ ନିୟନ୍ତ୍ରଣରେ ରଖାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଲୋକଙ୍କୁ ଅନ୍ୟତ୍ର ଯିବା ପାଇଁ କୁହାଯାଉଥିବା ବେଳେ, ବ୍ରିଜର ଅବଶିଷ୍ଠାଂଶ ଭାଙ୍ଗିଯାଇପାରେ, ଏହାକୁ ନେଇ କୋଲକାତା ମହାନଗର ନିଗମ କର୍ତ୍ତୃପକ୍ଷ ଭୟଭୀତ ହୋଇପଡ଼ିଛନ୍ତି ।
କୋଲକାତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ବାହାରେ ଥିବାରୁ ଫୋନ ଯୋଗେ ଶୀଘ୍ର ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ୨୦୧୬ ମାର୍ଚ୍ଚ ୩୧ରେ ମଧ୍ୟ କୋଲକାତାର ବୁରା ବଜାରସ୍ଥିତ ବିବେକାନନ୍ଦ ଫ୍ଲାଏଓଭର ବ୍ରିଜ ଭୁଶୁଡ଼ି ପଡ଼ିଥିଲା । ସେହ ଦୁର୍ଘଟଣାରେ ୨୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଥିଲେ।

Leave a comment