ଓକିଲଙ୍କ ଠାରୁ ମାଡ଼ ଖାଉ ଖାଉ ବର୍ତ୍ତି ଗଲେ ଲାଞ୍ଚୁଆ ଆଇଆଇସି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତିରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଜଟଣୀ ଥାନାର ଆଇଆଇସି ସଞ୍ଜୀବ ମହାନ୍ତିଙ୍କୁ ଆଜି ଭୁବନେଶ୍ୱର କୋର୍ଟରେ ହଜାର କରାଯାଇଥିଲା । ଆଇଆଇସି ସଞ୍ଜୀବ ମହାନ୍ତିଙ୍କୁ ଦେଖି କୋର୍ଟ ପରିସରରେ ଉପସ୍ଥିତ ଥିବା ଓକିଲ ମନେ ତାଙ୍କର ବିରୋଧ କରିଥିଲେ ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଗିରଫ ହୋଇଥିବା ଜଟଣୀ ଥାନାର ଆଇଆଇସି ସଞ୍ଜୀବ ମହାନ୍ତିଙ୍କୁ ଆଜି ଭୁବନେଶ୍ୱର କୋର୍ଟରେ ହଜାର ହେବାମାତ୍ରେ କୋର୍ଟ ପରିସରରେ ଉତ୍ତେଜନା ଦେଖାଦେଇଥିଲା । କୋର୍ଟ ପରିସରରେ ଉପସ୍ଥିତ ଥିବା ସମସ୍ତ ଓକିଲ ତାଙ୍କୁ ଘେରି ଗାଳି ଦେବାସହ ମାରିବାକୁ ଉତ୍ୟକ୍ତ ହୋଇଥିଲେ । ମାତ୍ର ପୋଲିସ ତାଙ୍କୁ ସାବଧାନତାର ସହ ତାଙ୍କୁ ସେ ସ୍ଥାନରୁ ଜେଲକୁ ନେଇଯାଇଥିଲା । କାରଣ ସଞ୍ଜୀବ ଜଗତସିଂହପୁର ଓ ଜଟଣୀ ରେ କାର୍ଯ୍ୟରତ ଥିବା ସମୟରେ ଲାଞ୍ଚ ନେବାରେ ଓ ହଇରାଣ କରିବାରେ ଓକିଲ ମାନକୁ ମଧ୍ୟ ଛାଡିନଥିଲେ ତେଣୁ ସଞ୍ଜୀବଙ୍କୁ ଆଜି ଓକିଲଙ୍କ ଆକ୍ରୋଶସର ଶିକାର ହେବାକୁ ପଡିଥିଲା । ସଞ୍ଜୀବଙ୍କ ତରଫରୁ ଜାମିନ ପାଇଁ ନିବେଦନ କରାଯାଇଥିଲେ ମଧ୍ୟ ଏହା ନାମଞ୍ଜୁର ହୋଇଯାଇଥିଲା । ତେଣୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି ।

ଜଟଣୀ ଥାନାର ଆଇଆଇସି ସଞ୍ଜୀବ ମହାନ୍ତି ସୁମିତ ମଙ୍ଗରାଜଙ୍କ ଉପରେ ଲାଗିଥିବା ଏକ ଦଫା ୧୧୦ ଉଠାଇବାକୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଗତକାଲି ସୁମିତ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ।

Leave a comment