ବ୍ରଜରାଜନଗର ଉପନିର୍ବାଚନ : ସକାଳ ୭ ରୁ ସନ୍ଧ୍ୟା ୬ଟା ଯାଏଁ ଭୋଟଗ୍ରହଣ

0

ଝାରସୁଗୁଡା: (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ବ୍ରଜରାଜନଗରରେ ମତଦାନ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ ଭୋଟଗ୍ରହଣ । ୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବ୍ରଜରାଜନଗରର ୨ ଲକ୍ଷ ୧୪ ହଜାର ୮୭୮ ଭୋଟର । ଆଇଶୃଙ୍ଖଳା ପାଇଁ ୧୦୦୦ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି । ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ କରାଯାଇଛି । ୨୭୯ ବୁଥରେ ମତଦାନ ଦେବେ 2 ଲକ୍ଷ 14 ହଜାର 878 ଭୋଟର ।

୧୨୨୮ ପୋଲିଂ ଅଫିସର ନିୟୋଜିତ ରହିବେ। ସକାଳ ୭ଟାରୁ ୨୭୯ଟି ବୁଥରେ ଭୋଟ ଦେବେ ଜନତା ଜନାର୍ଦ୍ଦନ। ଆଇନଶୃଙ୍ଖଳା ପାଇଁ ଏକ ହଜାର ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି। ଏହାସହ ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ କରାଯାଇଛି। ୬୦ ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି।

Leave a comment