ବ୍ରଜରାଜନଗର ଉପନିର୍ବାଚନ : କଂଗ୍ରେସରୁ କିଶୋର ପଟେଲ

0

ବ୍ରଜରାଜନଗର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଖୋଜା ଚାଲିଛି । ସବୁ ଦଳ ଖୋଜୁଛନ୍ତି ପ୍ରାର୍ଥୀ । ପ୍ରାର୍ଥୀ ପାଇଁ ସବୁ ଦଳରେ ଚାଲିଛି କସରତ। ବିଜେଡି,ବିଜେପି ଓ କଂଗ୍ରେସରେ ଚାଲିଛି ମାନସ ମନ୍ଥନ। ପଛରେ ପଡିଛି ଶାସକ ବିଜେଡି। ଏକରକମ୍ କଂଗ୍ରେସ କିଶୋର ପଟେଲଙ୍କ ନାମରେ ମାରିସାରିଛି ମୋହର।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଉଷ୍ମ। ତାରିଖ ଘୋଷଣା ପରେ ଏବେ ସବୁ ଦଳରେ ଚାଲିଛି ପ୍ରାର୍ଥୀ ଖୋଜା । ଲମ୍ବୁଛି ଗୋଟେ ପରେ ଆଶାୟୀଙ୍କ ତାଲିକା। ପ୍ରମୁଖ ତିନିଦଳ ପ୍ରାର୍ଥୀଙ୍କୁ ନେଇ ଚଳାଇଛନ୍ତି ମାନସମନ୍ଥନ । ବିଜେଡିରେ ଆଶାୟୀଙ୍କ ଭିଡ ଲାଗିବା ସ୍ୱାଭାବିକ । ଯେତେ ସମୟ ଗଡୁଛି ପ୍ରତି ଦଳରେ ଆଶାୟୀଙ୍କ ବଢୁଛି ଦାବୀ। ଶାସକ ବିଜେଡି ଓ ବିରୋଧୀ ବିଜେପିକୁ ପଛରେ ପକାଇ କଂଗ୍ରେସ ଏକ ରକମ ସ୍ପଷ୍ଟ କରିଛି ପ୍ରାର୍ଥୀ । ଦଳ କିଶୋର ପଟେଲଙ୍କ ନାରେ ମୋହୋର ମାରି ଏଆଇସିସିକୁ ପଠାଇଛି । ଯଦି ଏଆଇସିସି ସବୁଜ ସଙ୍କେତ ଦିଏ ତାଙ୍କ ପାଇଁ ଲଢ଼ିବୁ । ପୂର୍ବରୁ ଦଳୀୟ ନେତା ଓବିସିସି କଥା କହି ବିଜେଡି ବିଜେପିଙ୍କୁ କରିଛନ୍ତି ଟାର୍ଗେଟ।

ଖୁବଶୀଘ୍ର ବିଜେପି ଓ ବିଜେଡି ଘୋଷଣା କରିବେ ପ୍ରାର୍ଥୀଙ୍କ ନାମ । ତେଣେ ବିଜେଡି ବିଜେପିକୁ ପଛରେ ପକାଇ କଂଗ୍ରେସ ବାଛି ସାରିଛି ପ୍ରାର୍ଥୀ । ବିଜେପି କହିଛି ଖୁବ୍ ଶୀଘ୍ର ଆମେ ପ୍ରାର୍ଥୀ ଘୋଷଣା କରିବୁ। ଆମେ ବିଜୟ ବି ହେବୁ। ଦଳୀୟ ମୂଦାକୁ ଲୋକଙ୍କ ନିକଟରେ ପହଞ୍ଚାଇ ପ୍ରାର୍ଥୀଙ୍କ ପାଇଁ ସମସ୍ତେ ଏକ ହୋଇ ଭୋଟ ଭିକ୍ଷା କରିବୁ। ବିଜେଡି କହିଛି ରାଜ୍ୟରେ ଯେକୌଣସି ସ୍ଥାନରେ ଉପନିର୍ବାଚନ ହୋଇଛି ଆମେ ବିଜୟ ହୋଇଛୁ । ବ୍ରଜରାଜନଗରରେ ବି ହେବୁ। ଖୁବ୍ ଶୀଘ୍ର ସୁପ୍ରିମ ନିଷ୍ପତ୍ତି ନେଇ ପ୍ରାର୍ଥୀ ଘୋଷଣା କରିବେ। ପାଖେଇ ଆସୁଛି ନାମାଙ୍କନ ଦାଖଲର ଶେଷ ତାରିଖ । ବଢ଼ିଚାଲିଛି ଆଶାୟୀଙ୍କ ତାଲିକା । ବ୍ରଜରାଜନଗର ହାତେଇବା ପାଇଁ ଲାଗିପଡିଛନ୍ତି ତିନି ପ୍ରମୁଖ ଦଳ।

Leave a comment