ବ୍ରଜରାଜନଗର ଉପନିର୍ବାଚନ: ଅଳକା ବିଜେଡି ପ୍ରାର୍ଥୀ

0

ବ୍ରଜରାଜନଗର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଅଳକା ମହାନ୍ତୀ ହେଲେ ବିଜେଡି ପ୍ରାର୍ଥୀ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି। ସ୍ଵର୍ଗତ କିଶୋର ମହାନ୍ତୀଙ୍କ ପତ୍ନୀ ହେଉଛନ୍ତି ଅଳକା। ପ୍ରାର୍ଥୀ ଘୋଷଣା ପୂର୍ବରୁ ନବୀନ ନିବାସରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକରେ ସୁବାସ ସିଂ, ମନ୍ତ୍ରୀ ସୁଶାନ୍ତ ସିଂ ଓ ନବ ଦାସ ଉପସ୍ଥିତ ଥିଲେ।

ଗତକାଲି ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ବ୍ରରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥିନୀ ଘୋଷଣା କରିଥିଲା। କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ବ୍ରଜାଜନଗରେ ଉପନିର୍ବାଚନ ହେଉଛି। ମେ ୩୧ ତାରିଖରେ ଭୋଟ ପଡ଼ିବ। ଜୁନ ୩ ତାରିଖରେ ଗଣତି ହେବା। ମେ ୧୧ ତାରିଖ ପ୍ରାର୍ଥପତ୍ର ଦାଖଲର ଶେଷ ଦିନ ରହିଛି।

Leave a comment