ବିଜୁ ଶତବାର୍ଷିକୀ ଉପଲକ୍ଷେ ବିପିୟୁଟି ଡ଼ିପ୍ଲୋମା ଛାତ୍ର ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ଛାତ୍ରସମାବେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଇଂ ପାର୍ଥସାରଥୀ ମୁଦୁଲିଙ୍କ ନେତୃତ୍ୱରେ ବିପିୟୁଟି ଡ଼ିପ୍ଲୋମା ଛାତ୍ର ସଂଘ ପକ୍ଷରୁ ବିଜୁ ଶତବାର୍ଷିକୀ ଉତ୍ସବ ପାଳନ କରାଯିବ କାର୍ଯ୍ୟକ୍ରମ ରହିଛି । ଇଂ ପାର୍ଥସାରଥୀ ଖୁଵ ନିଷ୍ଠାର ସହ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୁପେ ତୁଲାଇବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା ଚଳାଇଛନ୍ତି । ସେହିପରି ଆସନ୍ତା ୧୫ ମାର୍ଚ୍ଚ ୨୦୨୦, ଦିବା ୩ ଘଟିକା ସମୟରେ ଏକ ବିଶାଳ ରାଜ୍ୟସ୍ତରୀୟ ଛାତ୍ର ସମାବେଶ ଓ ବିପିୟୁଟିର ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ, ଏହି ସମାବେଶରେ ରାଜ୍ୟର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ସହ ବୈଷୟିକ ବିଶ୍ୱବିଦ୍ୟାଳୟର ୩୦୦୦ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଯୋଗଦାନ କରିବେ । ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ଛାତ୍ରସମାବେଶରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଓ ବିଧାୟକ ତଥା ଯୁବ ଓ ଛାତ୍ରନେତାମାନେ ମଧ୍ୟ ଉପସ୍ଥିତ ରହିବେ ।

ଏହି ପରିପ୍ରେକ୍ଷୀରେ ରାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଜୁ ବାବୁଙ୍କ ଜୀବନୀ ଉପରେ ବକ୍ତୃତା, ଫଟୋଚିତ୍ରଗୁଡ଼ିକ ପ୍ରଦର୍ଶନ କରାଯିବା ସହ ବିପିୟୁଟି ବାର୍ଷିକ ଉତ୍ସବ ‘ଆଲିଗ୍ରେଟୋ-୨୦୨୦’ ଅବସରରେ ବଲିଉଡ଼୍ ଓ ଓଲିଉଡ୍‌ର ପ୍ରସିଦ୍ଧ କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Leave a comment