ଗୁଣ୍ଡାରାଜକୁ ବରଦାସ୍ତ କରାଯିବନି: ସୁରରାଉତ ରାୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗତକାଲି ବାଉନସର ବଳୟରେ ଥିଲା କଂଗ୍ରେସ ଭବନ । ଏହାକୁ ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସେ କହିଛନ୍ତି ଯେ, କଂଗ୍ରେସ ଭବନକୁ ବାଉନସର ଆଣିବା ଠିକ୍ ହୋଇନି। ରାଜନୀତିରେ ଏମିତି ଉଚିତ୍ ନୁହେଁ, ଗୁଣ୍ଡା ଶାସନକୁ ବରଦାସ୍ତ କରିବୁ ନାହିଁ। ଛାତିକୁ ଧରି ବେକକୁ ଚିପି ଦେବୁ ଯେ ଝାଡ଼ା ବାହାରି ପଡିବ। ଆମେ ଡ଼ାକିଲେ 5 ହଜାର ଲୋକ ଆସିବେ, ବାଉନସର କଣ କରିବେ ବୋଲି କହି କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି ସୁର।

ପ୍ରକାଶ ଥାଉକି, ଗତକାଲି ସାଧାରଣ ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକରେ କଟାକଟିରୁ ଉତ୍ତେଜନା ହୋଇଥିଲା। ଏପରିକି କଂଗ୍ରେସ ଭବନ ପରିସରରେ ଦୁର୍ବ୍ୟବହାର ପ୍ରତିବାଦରେ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ ପ୍ରଧାନ ତାଙ୍କ ସମର୍ଥକଙ୍କ ସହ ଧାରଣା ଦେଇଥିଲେ। ଏହାପରେ କଂଗ୍ରେସ ଭବନ ବାହରେ ଗଣ୍ଡଗୋଳ ଆଶଙ୍କା କରି ବାଉନସରଙ୍କୁ ନିୟୋଜିତ କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଉନ୍ସରଙ୍କ ସହ ପିସିସି କାର୍ଯ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ରାଜନିତୀ ବେସ ସରଗରମ ହୋଇଛି।

Leave a comment