ଦୁର୍ଘଟଣାରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ ଦେହାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଜି ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ(୫୫)ଙ୍କ ଦେହନ୍ତ ହୋଇଯାଇଛି । ସେ ସରକାରୀ କାର୍ଯ୍ୟ ସାରି ଭୁବନେଶ୍ୱର ରୁ ବୌଦ୍ଧ ଫେରିବା ସମୟରେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ସୂଚନା ଅନୁଯାୟୀ, ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ ସରକାରୀ ଗାଡ଼ିରେ ଅଫିସିଆଲ କାମ ସାରି ବୌଦ୍ଧ ଫେରୁଥିଲେ । ବୌଦ୍ଧଠାରୁ ପ୍ରାୟ ୪୦ କିଲୋମିଟର ଦୂର କଲରାକୋଠା ନିକଟରେ ଡ୍ରାଇଭର ହଠାତ ଗାଡି ବ୍ରେକ ମାରିଥିଲେ । ତେବେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିବ ସହ ରାସ୍ତା କଡରେ ଥିବା ଗଛରେ ପିଟି ହୋଇଯାଇ ଥିଲା । ଜିଲାପାଳ ଓ ଡ୍ରାଇଭର ଉଭୟ ଗୁରୁତର ଆହତ ହୋଇଥିଲେ । ରମାକାନ୍ତ ଓ ଡ୍ରାଇଭରଙ୍କୁ ଲୋକେ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a comment